fbpx

ପିତାଙ୍କ ଅଫିସରେ ସବ-ଇନ୍ସପେକ୍ଟର ହୋଇ ପହଞ୍ଚିଲା ଝିଅ, ଅବସର ଦିନରେ ମିଳିଲା ତାଙ୍କ ସ୍ଥାନ: ଏପରି ହେଲା ୱେଲକମ୍

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏହା ହେଉଛି ରାଜ୍ୟରେ ମାଣ୍ଡ୍ୟାର ଘଟଣା, ଯେଉଁଠାରେ କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ଭାବରେ ତାଙ୍କ ପଦ ସମ୍ଭାଳିବା ପରେ ଜଣେ ଗର୍ବିତ ପିତା ନିଜ ଝିଅକୁ ଫୁଲ ତୋଡା ଦେଇ ସ୍ୱାଗତ କରିଛନ୍ତି । ପିତା ଦ୍ୱାରା ନିଜ ଦାୟିତ୍ୱ ଝିଅ ବର୍ଷାକୁ ହସ୍ତାନ୍ତର କରିବା ଓ ନିଜ ପଦ ସମ୍ଭାଳିବାକୁ ସ୍ୱାଗତ କରିବାର ଇମୋସନାଲ ମୁହୂର୍ତ୍ତ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ଆଖିରେ ଲୁହ ଆଣିଦେଇଛି । ଲୋକମାନେ ଏହାକୁ ଶୁଣିବା ମାତ୍ରେ ଭାବପ୍ରବଣ ହୋଇଯାଇଥିଲେ । ସେହି ସମୟରେ ଭେଙ୍କଟେଶ ବହୁତ ଇମୋସନାଲ ଓ ନିଜକୁ ଗର୍ବିତ ମନେ କରୁଥିଲେ, ଯେତେବେଳେ ତାଙ୍କ ଝିଅ ପିତାର ଦାୟିତ୍ୱ ସମ୍ଭାଳିଥିଲେ ।

ସୂଚନାନୁସାରେ, କର୍ଣ୍ଣାଟକର ମାଣ୍ଡ୍ୟାରେ ଥିବା କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ଭେଙ୍କଟେଶଙ୍କୁ ସବ୍-ଇନ୍ସପେକ୍ଟର ଭାବରେ ପୋଷ୍ଟିଂ କରାଯାଇଥିଲା । ସେ ସେଠାରେ ୧୬ ବର୍ଷ ସେବା କରିଥିଲେ ଏବଂ ତାଙ୍କର ଅବସର ସମୟ ଆସିଥିଲା । କୌତୁହଳର ବିଷୟ କି, ତାଙ୍କ ପଦଭାର ନିଜ ଝିଅ ବର୍ଷା ନେଇଥିଲେ , ଯେ କି ପୂର୍ବବର୍ଷ ପିଏସଆଇ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏବେ ପିତା- ଝିଅ ଯୋଡିଙ୍କ ଫଟୋ ପାୱାର ଅଫ୍ ଟ୍ରାଞ୍ଜାକ୍ସନ ଦ୍ୱାରା ପ୍ରଭାବିତ ହୋଇଛି ଓ ଅନ୍ୟ ପୀଢ଼ୀ ପାଇଁ ଉଦାହରଣ ସୃଷ୍ଟି କରୁଛି ।

ନିଜ ପିତାଙ୍କ ଦ୍ୱାରା ପୋତ୍ସାହିତ ହୋଇ ବର୍ଷା ପୋଲିସ ବିଭାଗରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୦୨୨ ବ୍ୟାଚରେ ପିଏସଆଇ ପରୀକ୍ଷାକୁ କ୍ଲିଅର କରିଥିଲେ । ସୌଭାଗ୍ୟବଶତଃ ବର୍ଷାଙ୍କୁ ସେହି ସ୍ଥାନରେ ପୋଷ୍ଟିଂ ମିଳିଲା, ଯେଉଁସ୍ଥାନରେ ପିତା ପୋଷ୍ଟିଂ ଥିଲେ । ବର୍ଷା ତାଙ୍କ ପିତାଙ୍କ ସ୍ଥାନରେ ଯାଗ ଦେବା ପରେ ପୋଲିସ ଷ୍ଟେସନ ଉଭୟ ପିତା ଏବଂ ଝିଅଙ୍କୁ ପ୍ରଶଂସା କରାଯାଇଥିଲା ।

Get real time updates directly on you device, subscribe now.