fbpx

ବାପ-ଝିଅ ସମ୍ପର୍କରେ କଳଙ୍କ: ଝିଅ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା , ପୀଡିତାଙ୍କ ଅଭିଯେଗା ପରେ ବାନ୍ଧିଲା ପୁଲିସ

କଟକ(ଭାସ୍କର ନ୍ୟୁଜ୍‌): ନିଜ ଝିଅକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣାରେ ସୋମବାର ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି । ସେହିପରି ଚାଇଲ୍ଡ ଲାଇନ୍‌ ପକ୍ଷରୁ ଉକ୍ତ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି । ପିଡ଼ିତାଙ୍କ ୧୨ ବର୍ଷୀୟ ସାନ ଭଉଣୀକୁ ପୋଲିସ ଉଦ୍ଧାର କରି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି । ଏଥିସହ ନାବାଳିକାଙ୍କ ବୟାନ ମଧ୍ୟ ଆଇପିସିର ଧାରା ୧୬୪ରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରେକର୍ଡ କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ନାବାଳିକା ଜଣକ ନିଜେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲା ।ଅନ୍ୟପଟେ ମଙ୍ଗଳବାର ପୀଡ଼ିତା ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯିବ।

ଶଙ୍କରପୁର ମଙ୍ଗଳା ଲେନ୍‌ରେ ସ୍ୱାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ଝିଅ ରୁହନ୍ତି । ସ୍ୱାମୀ ଜୟଶ୍ରୀ ସିନେମା ହଲ୍‌ ନିକଟରେ ଫଳ ବ୍ୟବସାୟ କରେ । ଗଲା ଏକମାସ ହେବ ତା ପତ୍ନୀ ଅନ୍ୟ ଜଣେ ଯୁବକ ସହିତ କେଉଁଆଡ଼େ ଫେରାର ହେବା ପରେ ଘରେ ଦୁଇ ଝିଅ ଓ ବାପା ରହୁଥିଲେ । ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୧୭ ବର୍ଷୀୟା ନାବାଳିକା ଝିଅକୁ ବାପା ଗଲା ଏକ ମାସ ହେବ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଆସୁଥିଲା ବୋଲି ନାବାଳିକା ବାଦାମବାଡି ଥାନାରେ ଅଭିଯୋଗ କରିଛ।

Get real time updates directly on you device, subscribe now.