ବାପାଙ୍କ ସମ୍ପତ୍ତି ଉପରେ ନାହିଁ ଝିଅର ଅଧିକାର, ୨୦୦୫ରେ ବଦଳିଗଲା ସବୁ ନିୟମ…

ପୁଅ ଭୋଗ କରିବ ବାପ ସମ୍ପତ୍ତି । ଝିଅ ପର ଧନ , ତା’ ପାଇଁ ବାପ ସମ୍ପତ୍ତି ବି ପର ।

ଓଡ଼ିଶା ଭାସ୍କର: ଭାରତରେ ଝିଅମାନଙ୍କୁ ସବୁବେଳେ ପରଧନ ବୋଲି କୁହାଯାଏ । କାରଣ ସେମାନେ ବାହା ହୋଇ ବାପ ଘର ଛାଡ଼ି ଶାଶୁ ଘରକୁ ଯାଆନ୍ତି । ସେଥିପାଇଁ ଅନେକ ସମୟରେ କୁହାଯାଏ ବାପ ସମ୍ପତ୍ତିରେ ଝିଅର କୌଣସି ଅଧିକାର ନାହିଁ । କିନ୍ତୁ ଏ କଥା କେତେ ପ୍ରତିଶତ ସତ ତାହା ଆଜି ଆମେ ଜାଣିବା ।

ଦେଶରେ ୧୯୫୬ରେ ହୀନ୍ଦୁ ଉତ୍ତରାଧିକାରୀ ଅଧିନୟମ ପାରିତ ହୋଇଥିଲା । ଏ ଅଧିନିୟମ ପୈତୃକ ସମ୍ପତ୍ତି ଭାଗବଣ୍ଟା ଉପରେ ହିଁ ପର୍ଯ୍ୟପଶିତ । ହିନ୍ଦୁ, ବୌଦ୍ଧ, ଜୈନ ସମ୍ପ୍ରଦାୟର ଲୋକଙ୍କ ସମ୍ପତ୍ତି ଭାଗବଣ୍ଟା ଏହି ଅଧିନିୟମ ଜରିଆରେ ହୋଇଥାଏ ।
ଏହି ଅଧିନିୟମ ଅନୁସାରେ ବାପ ସମ୍ପତ୍ତିରେ ଝିଅମାନଙ୍କର କୌଣସି ଅଧିକାର ନାହିଁ ବୋଲି କୁହାଯାଇଥିଲା ।

କିନ୍ତୁ ୨୦୦୫ରେ ଏହି ଅଧିନିୟମରେ ସଂଶୋଧନ କରାଯାଇଥିଲା । ଯାହାକୁ ଉତ୍ତରାଧିକାରୀ ଅଧିନିୟମ ୨୦୦୫ ଭାବେ ଜଣାଗଲା । ଏହା ଜରିଆରେ ବାପ ସମ୍ପତ୍ତିରେ ପୁଅର ଯେତିକି ଅଧିକାର ଝିଅର ମଧ୍ୟ ସମାନ ଅଧିକାର ଥିବା କଥା କୁହାଯାଇଛି ।

କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ:

୧. ଯଦି ବାପା ବଞ୍ଚିଥିବାବେଳେ ୱିଲ୍ କରି ସବୁ ସମ୍ପତ୍ତି ତାଙ୍କ ପୁଅ ନାଁରେ କରନ୍ତି ତେବେ ସେଥିରେ ବିବାହିତ ଝିଅର କୌଣସି ଅଧିକାର ନାହିଁ ।
୨. ପିତା ନିଜେ କରିଥିବା ସମ୍ପତ୍ତିରେ ଝିଅର ସମ୍ପୂର୍ଣ୍ଣ ଅଧିକାର ରହିଛି ।
୩. ଯଦି ବାପାଙ୍କ ସମ୍ପତ୍ତି ଉପରେ ନ୍ୟାୟିକ ବିଚାର ଚାଲୁଛି କିମ୍ବା ମାମଲା ରହିଛି ତେବେ ସେ ସମ୍ପତ୍ତି ଉପରେ କୌଣସି ଉତ୍ତରାଧି ନିଜ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।
ନିକଟରେ ବମ୍ବେ ହାଇକୋର୍ଟ କରିଥିବା ଏକ ଶୁଣାଣି ମୁତାବକ, ଯଦି ପିତାଙ୍କ ମୃତ୍ୟୁ ୧୯୫୬ ଉତ୍ତରାଧିକାରୀ ଅଧିନିୟମ ଲାଗୁ ହେବା ପୂର୍ବରୁ ହୋଇଥାଏ ତେବେ ତାଙ୍କ ସମ୍ପତ୍ତିରେ ଝିଅର କୌଣସି ଅଧିକାର ନାହିଁ ବୋଲି ନ୍ୟାୟାଳୟ ରାୟ ଶୁଣାଇଥିଲେ ।