ଦିନ ତାପମାତ୍ରା ଆଉ ୫ଂ ବଢିବ !

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିପାରେ । ଆଗାମୀ ୨ ଦିନ ୯ ଜିଲ୍ଲାରେ ତାପମାତ୍ରା ବଢିପାରେ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ ପାଇଁ ସତର୍କ ସୂଚନା ଦିଆଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ।