fbpx
BJD SKY
BJD SKY

ଡିସିଜିଆଇର ଘୋଷଣା: କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ

BJD

ନୂଆଦିଲ୍ଲୀ, ୩ା୧ (ଓଡିଶା ଭାସ୍କର): କରୋନା ଟିକାକରଣକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏକ ବଡ଼ ଘୋଷଣା କରିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛି । ପୂର୍ବରୁ ଏହି ଦୁଇ ଟିକାକୁ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଥିଲା ।

ତେବେ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡିସିଜିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଟିକାର ଜରୁରୀ ବ୍ୟବହାର ପାଇଁ ଏସଇସି ତରଫରୁ କରାଯାଇଥିବା ସୁପାରିଶ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.