fbpx

ଭୁବନେଶ୍ୱର ପହଞ୍ଚିଲା ୨ ଓଡ଼ିଆଙ୍କ ପାର୍ଥିବ ଶରୀର, ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

AAKASH

ଭୁବନେଶ୍ୱର: ଆଜି କୁଏତରୁ ଭୁବନେଶ୍ୱର ଫେରିଲା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଫେରିଲା ମୃତଦେହ । ମୃତକ ଦୁଇ ଜଣ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ ଏବଂ କଟକର ମହମ୍ମଦ ଜହୁର । ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା, କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୃତକଙ୍କ ଶେଷ ଦର୍ଶନ କରିଥିବା ଜଣାପଡ଼ିଛି । ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏନେଇ ଦୁଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାରୁ ପ୍ରକାଶ କୁଏତର ଦକ୍ଷିଣ ମଟ୍ଟାଫ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ ଯେଉଁଥିରୁ ୨ ଜଣ ଓଡ଼ିଆ ମଧ୍ୟ ଥିଲେ । ଏହା ପରେ ସମସ୍ତ ମୃତ ଦେହକୁ ବାୟୁସେନାର ସ୍ୱତନ୍ତ୍ର ଯୋଗେ କୋଚି ବିମାନବନ୍ଦର ଅଣାଯାଇଥିଲା ।

Get real time updates directly on you device, subscribe now.