ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ୨ଟି ରେଳ ଷ୍ଟେଶନରୁ ୨ଟି ମୃତଦେହ ଠାବ କରାଯାଇଛି ।
ଗୋଟିଏ ମୃତଦେହ ବାଣୀ ବିହାର ରେଳ ଷ୍ଟେଶନରେ ପଡ଼ିଥିବାବେଳେ ଆଉ ଏକ ମୃତଦେହ ଲିଙ୍ଗରାଜ ଷ୍ଟେଶନରେ ପଡ଼ିଥିବା ଜଣାପଡ଼ିଛି ।
ଏକାଥରକେ ୨ଟି ରେଳ ଷ୍ଟେଶନରେ ୨ଟି ଅଜଣା ମୃତଦେହ ମିଳିବା ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ମୃତକମାନଙ୍କ ପରିଚୟ ମିଳିପାରି ନ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ମଧ୍ୟ ସ୍ପଷ୍ଟ ହୋଇନାହିଁ ।