fbpx

ବିଚ ରାସ୍ତାରେ ମିଳିଲା ଯୁବକଙ୍କ ମୃତଦେହ: ପୋଲିସ ଖୋଜୁଛି ଶବ ପଛର ରହସ୍ୟ

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ । ବିଭିନ୍ନ ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ ଭଳି ଅପରାଧ ଏବେ ବ୍ୟାପିବାରେ ଲାଗିଛି । ତେବେ ଏଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଚ ରାସ୍ତାରେ ମିଳିଛି ଗଳିତ ମୃତଦେହ । ରାସ୍ତା ମଝିରେ ହାତଗୋଡ ବନ୍ଧା ହୋଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ପରିଚୟ ସହିତ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

ସୂଚନା ଅନୁସାରେ, ବାଲେଶ୍ୱର ଜଳେଶ୍ୱରର ଏନଏଚ-୧୬ର ଶାନ୍ତିଆ ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିଚ ରାସ୍ତାରେ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି ପୋଲିସ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ମୃତବ୍ୟକ୍ତିଙ୍କ ପରିଚୟ ଏଯାଏଁ ପାଇନି ପୋଲିସ । ସେପଟେ ମୃତ୍ୟୁର କାରଣ କ’ଣ ହୋଇପାରେ ବୋଲି ପୋଲିସ ଖୋଳତାଡ କରିବା ଆରମ୍ଭ କରିଦେଇଛି । ତେବେ ହାତଗୋଡ ବନ୍ଧା ହୋଇଥିବା ଯୋଗୁଁ ଏହା ଏକ ହତ୍ୟା ଘଟରା ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.