fbpx

ଏଣିକି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା କଟାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସତର୍କ କରାଇ ଦେଇଛନ୍ତି । ଏହାସହ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ହାତଯୋଡ଼ି ନିବେଦନ କରିଛନ୍ତି । ସେ କହିଛନ୍ତି ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଲଗାତାର ଭାବେ ସଂକ୍ରମଣ ବଢୁଥିବାରୁ ବିଏମ୍‌ସି ପକ୍ଷରୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରୀମତୀ ଦାସ କହିଛନ୍ତି । ଜନସାଧାରଣ ଏହାର ଅନୁାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.