fbpx

ଅଧା ରହିଲା ଜଗା ଦର୍ଶନ : ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଗଲେ ୪ ଯୁବକ, ୩ ମୃତ ଓ ଜଣେ ନିଖୋଜ

ରାଉରକେଲା (ଭାସ୍କର ନ୍ୟୁଜ୍‌) : ଅଧା ରହିଲା ଜଗା ଦର୍ଶନ । ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେମାନେ ଯୋଜନା କରିଥିଲେ । ଏଥିପୂର୍ବରୁ ସ୍ଥାନୀୟ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବାବେଳେ ୪ ଜଣ ଯାକ ନଦୀ ସ୍ରୋତରେ ଭାସି ଯାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଝିରିାଣି ସ୍ଥିତ କୋଏଲ ନଦୀରେ । ଝାରଖଣ୍ଡ ରାଞ୍ଚି ସହରର ସମ୍ପର୍କୀୟ ୪ ଭାଇ ରଶୀ ସାହୁ (୧୧), କୁନାଲ ସାହୁ (୧୩), ରୋନକ ସାହୁ ଓ କୋଶଲ ସାହୁ (୧୨) ରାଉରକେଲା ଝିରିାଣିକୁ ଆସିଥିଲେ ।

ସେମାନେ ବାହୁଡ଼ା ଯାତ୍ରା ଦେଖିବା ପୂର୍ବରୁ କୋଏଲ ନଦୀରେ ଗାଧୋଉ ଥିଲେ । ତେବେ ଗାଧୋଇବା ସମୟରେ ଝିରିାଣି ପମ୍ପହାଉସ୍‌ ନିକଟରେ ବୁଡ଼ି ଯାଇଥିଲେ । ସେମାନଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏପରିକି ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ପାଣି ଭିତରୁ ରଶୀ ଓ କୁନାଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆର୍‌ଜିଏଚ୍‌ରେ ଚିକିତ୍ସା ଚାଲିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.