fbpx
BSKY
BJD YOUTH SKY
BJD MS SKY

ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ

ଫୁଲବାଣୀ, (ଭାସ୍କର ନ୍ୟୁଜ୍‌) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ କାଣିଦର ଗ୍ରାମର ସ୍ୱର୍ଗତ ବାନାମ୍ବର ଜାନୀଙ୍କ ପୁଅ ଜିତୁ (୨୦) ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ (୧୯) ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏନେଇ ଜାଣିବା ପରେ ସେମାନଙ୍କୁ ପ୍ରଥମେ ଚକାପାଦ ନିକଟ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉଭୟଙ୍କ ଚିକିତ୍ସା ଚାଲିଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଫୁଲବାଣୀ ଟାଉନ୍‌ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତେବେ ମୃତକଙ୍କ ପରିବାର ଆର୍ଥିକ ଦୁର୍ବଳଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Get real time updates directly on you device, subscribe now.