fbpx
BSKY SKY
BSKY SKY

ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ପୁଣି ବିଫଳ ହେଲେ ବିରାଟ, ୧ ରନ୍‌ରେ ଆଉଟ୍‌ ହୋଇ ପାବିଲିୟନକୁ ଫେରିଲେ

BSKY

ଏଜବାଷ୍ଟନ (ବର୍ମିଂହାମ୍‌) : ଏଠାରେ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ୨ୟ ଟି- ୨୦ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି ବିରାଟ କୋହଲି । ଗତ ୩ ବର୍ଷ ଧରି ଆଉଟ୍‌ ଅଫ୍‌ ଫର୍ମରେ ଥିବା କୋହଲି ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିବାରୁ କ୍ରିକେଟ୍‌ ମହଲରେ ନିଆରା ଚର୍ଚ୍ଚା ଚାଲିଛି । ଏହି ସିରିଜ୍‌ ପୂର୍ବରୁ ଅନୁଷ୍ଠିତ ଇଂଲଣ୍ଡ ବି କ୍ଷରେ ୫ମ ତଥା ଫାଇନାଲ୍‌ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ସେ ମାତ୍ର ୧୧ ଓ ୨୦ ରନ୍‌ କରିଥିଲେ । ତେବେ ଟି- ୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିନଥିବା କୋହଲି ୨ୟ ମ୍ୟାଚ୍‌ରେ ପାଇଥିବା ସୁଯୋଗର ସଦୁ ଯୋଗ କରିପାରିଲେ ନାହିଁ । ତାଙ୍କ ଉପରେ ଅଧିକ ଭରସା ରଖି ଚୟନ କର୍ତ୍ତାମାନେ ଦଳରେ ସାମିଲ କରିଥିଲେ ହେଁ କେବଳ ୩ ବଲ୍‌ ଖେଳି ୧ ରନ୍‌ କରିବା ସହିତ ଏକ ଦାୟିତ୍ୱହୀନ ସଟ୍‌ ଖେଳି ରିଚାର୍ଡ ଗ୍ଲିସନଙ୍କ ବଲ୍‌ରେ ମାଲାନଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । କ୍ରମାଗତ ବିଫଳ ହୋଇ ଆସୁଥିବା କୋହଲିଙ୍କୁ ଆଗାମୀ ୱେଷ୍ଟେଣ୍ଡିଜ ବିକ୍ଷ ଟି-୨୦ ସିରିଜ୍‌ ପାଇଁ ଦଳରେ ସ୍ଥାନ ଦିଆଯାଇ ନାହିଁ । ତେଣୁ ଆଗାମୀ ବିଶ୍ୱକପ୍‌ ଖେଳିବା ନେଇ କୋହଲିଙ୍କ ସମ୍ଭାବନା ଆଶଙ୍କାରେ ରହିଛି ।

Get real time updates directly on you device, subscribe now.