ଭୁବନେଶ୍ୱର : ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୨୦୮୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ପୋଲିସର ଓଏସଏପି, ଆଇଆରବି, ଏସଆଇଆର ତଥା ସ୍ପେସାଲ ସର୍ଭିସରେ ଏହି ନିଯୁକ୍ତି ହେବେ। ଏହି ପଦବୀ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପରୀକ୍ଷା କରାଯିବ। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଅକ୍ଟୋବର ୩୦।
କେମିତି କରିବେ ଆବେଦନ
ଏହି ‘କନଷ୍ଟେବଳ’ ପଦବୀ ପରୀକ୍ଷା ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି। ଏଥିଲାଗି କେବେ ପରୀକ୍ଷା କରାଯିବ ସେ ନେଇ ଏସଏସସି ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏସଏସସିର ୱେବସାଇଟରେ ଉପଲବ୍ଧ।
ଯୋଗ୍ୟତା: ପ୍ରାର୍ଥୀ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଓ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମ୍ୟାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେକିମ୍ବା ଅନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ବୟସ ସୀମା:
ସର୍ବନିମ୍ନ ବୟସ ୧୮ବର୍ଷ
ସର୍ବାଧିକ ବୟସ ୨୩ବର୍ଷ
ବୟସ ଗଣନା ୦୧/୦୧/୨୦୨୪ ଅନୁସାରେ ହେବ
ମାସିକ ଦରମା:
ବିଭିନ୍ନ ପଦବୀ ପାଇଁ ଭିନ୍ନ ଦରମା
ସର୍ବନିମ୍ନ ଦରମା ୨୧,୭୦୦ ଟଙ୍କା
ସର୍ବାଧିକ ଦରମା ୬୯,୧୦୦ ଟଙ୍କା