fbpx

ସ୍କୁଲ ଗେଟ ପିଟି ହୋଇ ଆଖିବୁଜିଲା ହରିଣ, ମୃତଦେହ ଉଦ୍ଧାର କଲା ବନବିଭାଗ

ବାଳକାଟୀ (ଭାସ୍କର ନ୍ୟୁଜ୍‌) : ବାଲିଅନ୍ତା ଥାନା ଅନ୍ତର୍ଗତ ଭଇଁଚୁଆ ଗାଁ ସ୍କୁଲ ନିକଟରେ ଗୁରୁବାର ଭୋର୍‌ ସମୟରେ ହରିଣଟି ଗାଁ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ବେଳେ ହଠାତ ନିକଟରେ ଥିବା ସ୍କୁଲ ଗେଟ ପିଟି ହେବା ସହ ଗେଟ ଫାଙ୍କରେ ହରିଣ ବେକ ଦୀର୍ଘ ସମୟ ଧରି ଫସି ରହିବା ଦ୍ୱାରା ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିବା ଗାଁଲୋକେ କହିଛନ୍ତି । ଘଟଣା ସମ୍ପର୍କରେ ଗାଁ ଲୋକେ ବାଲିାଟଣା ବନାଞ୍ଚଳ କର୍ମୀଙ୍କୁ ଖବର ଦେଇଥିଲେ । ଖବର ପାଇ ଉଭୟ ପ୍ରାଣୀ ଚିକିତ୍ସକ ଓ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ହରିଣଟିର ମୃତଦେହକୁ ଉଦ୍ଧାର କରି ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ ହରିଣଟିର ମୃତଦେହକୁ ଆଣି ବାଳକାଟୀସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରେଇବା ପରେ ହରିଣର ମୃତଦେହକୁ ବନାଞ୍ଚଳ ପରିସରରେ ପୋତି ଦେଇଥିଲେ ।

Get real time updates directly on you device, subscribe now.