fbpx
BSKY SKY
BSKY SKY

ପୁଣି ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କୁ ପୁଣି ବଡ଼ ଉପହାର ଦେବେ ମୋଦୀ ସରକାର

BSKY

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ଼ ଖୁସି ଖବର ଆସୁଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (ଡିଏ) । ସାରା ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ବିଚାର କରୁଥିବା ଜଣାପଡ଼ିଛି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କର ଡିଏ ବୃଦ୍ଧି କରିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ମୋଟ ୩୮ ପ୍ରତିଶତ ଡିଏ ପାଉଛନ୍ତି ।

ତେବେ ଡିଏ ବୃଦ୍ଧି ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର । ଆଗାମୀ ଦିନରେ ଡିଏ ପାଇଁ କର୍ମଚାରୀଙ୍କର ସାଲାରିରେ ଇକ୍ରିମେଣ୍ଟ ହେବାର ସମ୍ଭାବନା ରହିଛି । କର୍ମଚାରୀମାନେ ଗତ ଜୁଲାଇ ମାସଠାରୁ ୩୮ ପ୍ରତିଶତ ହିସାବରେ ମହଙ୍ଗା ଭତ୍ତା ପାଉଛନ୍ତି । ତେବେ ସୂଚନା ମୁତାବକ, ଆସନ୍ତା ୨୦୨୩ ମସିହା ଜାନୁଆରୀରେ ପୁଣି ଥରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବ । ଏହାଦ୍ୱାରା କର୍ମଚାରୀଙ୍କର ସାଲାରିରେ ବମ୍ପର ବୃଦ୍ଧି ଦେଖିବାକୁ ମିଳିବ । ଏପରି ଭାବେ କର୍ମଚାରୀଙ୍କର ମୋଟ ମହଙ୍ଗା ଭତ୍ତା ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚିଯିବ ।

ଗତ ୨୦୧୬ରେ କେନ୍ଦ୍ର ସରକାର ଯେତେବେଳେ ସପ୍ତମ ବେତନ କମିସନ ଲାଗୁ କରିଥିଲେ, ସେ ସମୟରେ ମହଙ୍ଗା ଭତ୍ତାକୁ ଶୂନ୍ୟ କରିଦେଇଥିଲେ । ନିୟମ ମୁତାବକ, ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବା ପରେ ଏହାକୁ ଶୂନ୍ୟ କରି ଦିଆଯାଇଥାଏ । ଏଥିସହିତ ୫୦ ପ୍ରତିଶତ ଅନୁସାରେ ଯେଉଁ ଅର୍ଥ ଭତ୍ତା ଭାବେ କର୍ମଚାରୀଙ୍କୁ ମିଳିବ, ତାହାକୁ ବେସିକ ସାଲାରି ସହିତ ଯୋଡ଼ି ଦିଆଯିବ । ଯଦି କର୍ମଚାରୀଙ୍କ ବେସିକ ସାଲାରି ୧୮ ହଜାର ହେବ, ତେବେ ତାଙ୍କୁ ୫୦ ପ୍ରତିଶତ ଡିଏ ଅର୍ଥାତ ୯ ହଜାର ଟଙ୍କା ମିଳିବ । ୫୦ ପ୍ରତିଶତ ଡିଏ ହେବା ପରେ ତାହାକୁ ବେସିକ ସାଲାରି ସହିତ ଯୋଡ଼ି ପୁଣି ଡିଏକୁ ଶୂନ୍ୟ କରିଦିଆଯିବ ।

Get real time updates directly on you device, subscribe now.