fbpx

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ! ରାତି ଅଧିଆ ପୋଷ୍ଟମର୍ଟମକୁ ନେଇ ତେଜିଛି ଉତ୍ତେଜନା

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାଜତ ମୃତ୍ୟୁ ନେଇ ମୃତ ମନୋରଞ୍ଜନଙ୍କ ପିତା ଅଭିଯୋଗ କରିଛନ୍ତି । ବ୍ରାଉନସୁଗାର ମାମଲାରେ ଫସାଇ ପିଟିପିଟି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ପୁଅର ଦୁର୍ଘଟଣା ଘଟିଥିବା ନେଇ ପ୍ରଥମେ ପରିବାରକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲେ ପରିବାର ଲୋକେ । କିନ୍ତୁ ମେଡିକାଲରେ ପୁଅକୁ ଦେଖିବାକୁ ପ୍ରଥମେ ପୋଲିସ ଛାଡ଼ି ନଥିବା ଅଭିଯୋଗ କରିଛନ୍ତି ପରିବାର । ପରେ ରାତି ଅଧିଆ ମନୋରଞ୍ଜନଙ୍କ ପୋଷ୍ଟମର୍ଟମ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଥାନାଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.