fbpx

ସୁଦାନ ଗୃହଯୁଦ୍ଧରେ ୪୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା: ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧ ବର୍ତ୍ତମାନ ମୃତ୍ୟୁର ତାଣ୍ଡବ ରଚିଛି । ହିଂସାକାଣ୍ଡରେ ବଳି ପଡୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସୁଦ୍ଧା ଏହି ଗୃହଯୁଦ୍ଧରେ ମୃତ୍ୟୁସଂଖ୍ୟା ୪୧୩ରେ ପହଞ୍ଚି ସାରିଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି । କେବଳ ସେତିକି ନୁହେଁ, ମୃତ୍ୟୁ ଅନୁସାରେ ଆହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ହିଂସାକାଣ୍ଡରେ ୩୫୫୧ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି । ତେବେ ଏତିକିରେ ଶେଷ ହୋଇନି ହିଂସାକାଣ୍ଡର ଭୟାନକ ରୂପ । ମେଡିକାଲ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଫଳରେ ହସ୍ପିଟାଲ ଭିତରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସମସ୍ୟା ଦେଖା ଦେଇଛି । ମେଡିକାଳ ଉପରେ ଆକ୍ରମଣ କରିବା ପରେ ସେଠାକାର ସ୍ୱାସ୍ଥ୍ୟସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.