କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କର ଗଣଦୁର୍ଷ୍କମ ପରେ ମୃତ୍ୟୁ ଘଟିଛି । ପୋଲସିସର କହିବା ମୁତାବକ, ଅଭିଯୋଗ ହୋଇଛି କି ହଂସଖାଳୀ ନାମକ ସ୍ଥାନରେ ଏକ ଜନ୍ମଦିନ ଉତ୍ସବ ସମୟରେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିଲା । ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଟିଏମସି ପଞ୍ଚାୟତ ସଦସ୍ୟଙ୍କ ପୁଅ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ପୋଲିସ କହିଛି ।
ତେବେ ପୀଡ଼ିତା ଜଣକ ୯ମ ଶ୍ରେଣୀରେ ପଢ଼ୁଥିଲେ । ତାଙ୍କ ମାତା-ପିତା ଘଟଣାର ୪ ଦିନ ପରେ ହଂସଖାଳୀ ଥାନାକୁ ଯାଇ ମାମଲା ରୁଜୁ କରିଛନ୍ତି । ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ ସୌହେଲକୁ ହେପାଜତକୁ ନିଆଯାଇଥିଲା ଓ ପରେ ଗିରଫ କରାଯାଇଛି । ଅଭିଯୁକ୍ତ ଉପରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ଜଣକ ଅଭିଯୁକ୍ତର ଘରକୁ ତାର ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ଘରକୁ ଫେରିବା ସମୟରେ ତାଙ୍କ ଅବସ୍ଥା ଠିକ୍ ନଥିଲା ଓ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରକୁ ଫେରିବା ସମୟରେ ବହୁତ ରକ୍ତସ୍ରାବ ହେବା ସହ ଝିଅ ପେଟରେ ଯନ୍ତ୍ରଣା ହୋଉଥିବା ମା ଅଭିଯୋଗ କରିଛନ୍ତି ।
ପୀଡ଼ିତାଙ୍କ ମୃତ୍ୟୁ ପରେ ହେଥ୍ ସାର୍ଟିଫିକେଟ ମିଳିବା ପୂର୍ବରୁ ଅନ୍ତିମ ସଂସ୍କାର କରିବା ପାଇଁ ଧମକ ଦିଆଯାଇଥିଲା । ଶବକୁ କୌଣସି ଘରୋଇ ବା ସରକାର ମେଡିକାଲକୁ ନେଇ ନଯିବାକୁ ମଧ୍ୟ କୁହାଯାଇଥିଲା । କୁହାଯାଉଛି ଯେ, ବାହୁବଳି ସମରେନ୍ଦ୍ର ଗୟାଳୀଙ୍କ ପୁଅ ପୀଡ଼ିତାଙ୍କ ପ୍ରତି ଆକର୍ଷିତ ଥିଲା ଓ ନିଜ ଜନ୍ମଦିନ ପାର୍ଟିରେ ଡାକିଥିଲା । ସେଠାରେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି ।