fbpx

କରୋନାରେ ସ୍ପେନ୍ ରାଣୀ ମାରିଆଙ୍କ ମୃତ୍ୟୁ

ମାଦ୍ରିକ,୨୯ ।୩: କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ କରୋନାରେ ସ୍ପେନର ରାଜା ଚତୁର୍ଥ-ଫିଲିପଙ୍କ ସମ୍ପର୍କୀୟ ତଥା ବୋର୍ବନ-କାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ଘଟିଛି । ୮୬ ବର୍ଷୀୟା ମାରିଆଙ୍କୁ କରୋନା ହୋଇଥିବା ରିପୋର୍ଟ ଗତ ଗୁରୁବାର ଦିନ ପ୍ରକାଶ ପାଇଥିଲା । ବିଗତ ତିନି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ । ବିଶ୍ୱର ରାଜ ପରିବାରରେ ଏହା କରୋନାର ପ୍ରଥମ ମୃତ୍ୟୁ ।

ମାରିଆଙ୍କ ଭାଇ ବା ପ୍ରିନ୍ସ ସିକ୍ସସ୍ତୋ ଏନରିକ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଭଉଣୀଙ୍କ ମୃତ୍ୟୁ ଖବର ଦେଇଥିଲେ । ତେବେ ମାରିଆ ପ୍ୟାରିସରେ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Get real time updates directly on you device, subscribe now.