fbpx

Debit-Credit Card ଥିବା ଲୋକଙ୍କୁ ଝଟକା: ଅକ୍ଟୋବର ୧ ରୁ ହେବ ବଡ଼ ପରିବର୍ତ୍ତନ, RBIର ସୂଚନା

ନୂଆଦିଲ୍ଲୀ: କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । ଏପରି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବା ପୂର୍ବରୁ ଆପଣଙ୍କୁ ଏହା ବିଷୟରେ ଜ୍ଞାନ ଥିବା ଉଚିତ୍ । ଅକ୍ଟୋବର ୧ ରୁ କାର୍ଡ ନିୟମରେ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ।

ଅକ୍ଟୋବର ୧ ରୁ ନୂଆ ନିୟମ ଲାଗୁ :-
ଅକ୍ଟୋବର ୧ ରୁ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡିତ ନିୟମରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ଆରବିଆଇ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି । ପ୍ରଥମ ଦିନରୁ ଏହା କାର୍ଡ-ଅନ୍-ଫାଇଲ ଟୋକେନାଇଜେସନ୍ (କୋଏଫ୍ କାର୍ଡ ଟୋକେନାଇଜେସନ୍) ନିୟମ ଆଣୁଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

କାର୍ଡଧାରୀଙ୍କୁ ମିଳିବ ଫାଇଦା :-
ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇ କହିଛି ଯେ, ଟୋକେନାଇଜେସନ୍ ସିଷ୍ଟମରେ ପରିବର୍ତ୍ତନ ପରେ କାର୍ଡଧାରୀମାନେ ଅଧିକ ସୁବିଧା ଏବଂ ସୁରକ୍ଷା ପାଇବେ । କାର୍ଡଧାରୀଙ୍କ ପେମେଣ୍ଟ ଅଭିଜ୍ଞତା ବହୁତ ସୁଧାର ହେବ ।

ଠକେଇ ମାମଲା ଉପରେ ପ୍ରତିବନ୍ଧକ :-
ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ପୂର୍ବ ଅପେକ୍ଷା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟକୁ ଅଧିକ ସୁରକ୍ଷା ପ୍ରଦାନ କରିବା । ଗତ କିଛି ଦିନ ହେବ, କ୍ରେଡିଟ୍-ଡେବିଟ୍ କାର୍ଡ ସହିତ ଠକେଇର ଅନେକ ଖବର ଆସିଥିଲା, କିନ୍ତୁ ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ସହିତ ଅନଲାଇନ୍, ପଏଣ୍ଟ ଅଫ୍ ସେଲ୍ (ପିଓଏସ) କିମ୍ବା ଆପରେ କାରବାର କରିବେ । ସବିଶେଷ ତଥ୍ୟ ଏନକ୍ରିପ୍ଟ ହୋଇଥିବା କୋଡ୍ ରେ ସେଭ୍ ହେବ ।

ନୂଆ ଟୋକେନ୍ ସିଷ୍ଟମ୍ ଅଧୀନରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ‘ଟୋକେନ୍’ରେ ପରିଣତ ହେବ । ଏହା ଆପଣଙ୍କ କାର୍ଡ ସୂଚନାକୁ ଗୋଟିଏ ଡିଭାଇସରେ ଲୁଚାଇ ରଖିବ । କୌଣସିି ବ୍ୟକ୍ତି ଟୋକେନ୍ ବ୍ୟାଙ୍କରେ ଏକ ଅନୁରୋଧ କରି କାର୍ଡକୁ ଟୋକୋନରେ ପରିଣତ କରିପାରିବେ । କାର୍ଡଧାରୀଙ୍କୁ କାର୍ଡ ଟୋକେନ୍ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.