fbpx

ମରିବା ପୂର୍ବରୁ ଦେଇଗଲେ ନିଜ ମୃତ୍ୟୁର ପ୍ରମାଣ, ସୋସିଆଲ ମିଡିଆରେ ଘୂରିବୁଲୁଛି ଭିଡିଓ

ଉତ୍ତରପ୍ରଦେଶ ସାହାରନପୁରରୁ ଏକ ସମ୍ବେଦନଶୀଳ ଘଟଣା ସମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ତାଙ୍କ ମୃତ୍ୟୁର କାରଣ ଓ ଅଭିଯୁକ୍ତଙ୍କ ନାମ କହି ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଓ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।


ତେବେ ସାହାରନପୁର ଥାନା ସରସାୱା ଅଞ୍ଚଳର କୁଣ୍ଡି ଗ୍ରାମର ବାସିନ୍ଦା ପଙ୍କଜ ନିଜର ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନିଜର ୨ ମାଉସୀ, ଜଣେ ଡାକ୍ତର ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବିଷ ଦେଇଥିବା ପଙ୍କଜ ଭିଡିଓରେ କହିଛନ୍ତି । ମୃତ୍ୟୁ ପୂର୍ବରୁ ପଙ୍କଜ ନିଜ ମୃତ୍ୟୁ ପାଇଁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହା ସହ ସେମାନଙ୍କୁ ଫାଶୀ ଦେବା ଉଚିତ୍ ବୋଲି ପୋଲିସ ଓ ପ୍ରଶାସନକୁ ପଙ୍କଜ କହିଛନ୍ତି ।

ଏପରି କହିବାର କିଛି ସମୟ ପରେ ହିଁ ପଙ୍କଜଙ୍କର ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ, ପଙ୍କଜ ଗତ କିଛି ଦିନ ହେବ ମାଉସୀ ଘରେ ରହୁଥିଲେ । ଏହାପରେ ପଙ୍କଜଙ୍କ ଶରୀରକୁ ପୋଷ୍ଟମର୍ଟମ ଆଇ ପଠାଯିବା ସହ ଦୁଇ ମାଉସୀ , ଡାକ୍ତରଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.