fbpx

ଡିସେମ୍ବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ଜାଣନ୍ତୁ କେଉଁ କେଉଁ ଦିନ ଛୁଟି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ମାସର ଛୁଟିଦିନର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକା ଅନୁସାରେ ଡିସେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବିଭିନ୍ନ ବ୍ୟାଙ୍କର ଗ୍ରାହକ ମାନେ ଏହା ଜାଣିବା ନିହାତି ଆବଶ୍ୟକ । ଏହି ଛୁଟିଦିନ ହିସାବରେ ଆପଣ ମାନେ ଆର୍ଥିକ ନେଣଦେଣକୁ ସୂଚାରୁରୂପେ ଜାରି ରଖିପାରିବେ । ତେବେ ଚାଲନ୍ତୁ ଜାଣିବା ଡିସେମ୍ବର ମାସ୍ରରେ କେଉଁ କେଉଁ ଦିନ ପଡ଼ୁଛି ଛୁଟିଦିନ ।

ରିଜର୍ଭ ବ୍ୟାଙ୍କର ହଲିଡେ ଲିଷ୍ଟ ମୁତାବକ, ପ୍ରଥମ ଛୁଟି ଡିସେମ୍ବର ୩ ତାରିଖରେ ପଡ଼ୁଛି । ଏହି ଦିନ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର୍ ପର୍ବ କାରଣରୁ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ୫ ତାରିଖରେ ରବିବାର । ଯାହାକି ସାପ୍ତାହିକ ଛୁଟିଦିନ । ଏହି କ୍ରମରେ ୧୧ ଓ ୧୨ ତାରିଖରେ କ୍ରମଶଃ ଦ୍ୱିତୀୟ ଶନିବାର ଓ ରବିବାର ପଡ଼ୁଛି । ତେଣୁ ବ୍ୟାଙ୍କ ସେବା ବନ୍ଦ ରହିବ । ଏହାପରେ ଡିସେମ୍ବର ୧୮ ତାରିଖରେ ସିଲଙ୍ଗରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଡିସେମ୍ବର ୧୯ ତାରିଖ ରବିବାର(ସାପ୍ତାହିକ ଛୁଟି) ।

ଏହା ବ୍ୟତୀତ ଡିସେମ୍ବର ୧୪ ତାରିଖରେ ଆଇଜୋଲ୍ ଓ ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ । ଡିସେମ୍ବରରେ ଦେଶର ଅଧିକାଂଶ ରାଜ୍ୟରେ କ୍ରିସମସ୍ କାରଣରୁ ବ୍ୟାଙ୍କ ସେବା ବନ୍ଦ ରହିବ । ୨୬ ତାରିଖ ଦିନ ରବିବାର ତେଣୁ ଛୁଟି ରହିବ ବ୍ୟାଙ୍କ୍ । ତେବେ ଏହି ସମୟରେ ଅନଲାଇନ୍ ବ୍ୟାଙ୍କିଙ୍କ ସୁବିଧା ଜାରି ରହିବ ।

Get real time updates directly on you device, subscribe now.