fbpx

ସରିଲା କ୍ୟାବିନେଟ୍ ବୈଠକ: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲା ତୁରନ୍ତ ଫଇସଲା ପାଇଁ ସଂଶୋଧନ ନିଷ୍ପତ୍ତି ହୋଇଛି ।

ନିୟମ ଅନୁସାରେ, ବିକ୍ରି, ଲିଜ୍ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା । କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ । ମନ୍ଦିର ପ୍ରଶାସନ ସହ ସଂପୃକ୍ତ ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ । ସରକାରଙ୍କ ବିନା ଅନୁମୋଦନରେ ହସ୍ତାନ୍ତରୀକରଣ କରିପାରିବେ ଅଧିକାରୀ ।

Get real time updates directly on you device, subscribe now.