ପୁଣି ଲଟକିଲା ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଜାନୁଆରୀରୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ସବୁ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କୋଭିଡ ସ୍ଥିତି ସମୀକ୍ଷା ପରେ ସିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।

ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା ଆଜି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ ଦିନର ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । କିନ୍ତୁ ଏବେ ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।

Get real time updates directly on you device, subscribe now.