fbpx

ଦେଶରେ ଗହମ ମହଜୁଦ ସ୍ଥିତିକୁ ବାଧ୍ୟତାମୂଳକ ଭାବେ କରାଯିବ ଘୋଷଣା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବାପାଇଁ ଏବଂ ଅସାଧୁ କଳାବଜାରୀ ରୋକିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଶୁକ୍ରବାର ଦିନ ପୋର୍ଟାଲରେ ଗହମର ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି ।

ଏଥିସହ ପୋର୍ଟାଲରେ ମହଜୁଦ ସମ୍ପର୍କିତ ତଥ୍ୟ ନିୟମିତ ସଠିକ୍‍ ଭାବେ ପ୍ରକାଶିତ ହେଉଛି କି ନାହିଁ, ତାହା ସୁନିଶ୍ଚିତ କରିବାପାଇଁ ସମସ୍ତ ସମ୍ପୃକ୍ତ ବୈଧାନିକ ସଂସ୍ଥା ଅନୁଧ୍ୟାନ କରିବ । ପୋର୍ଟାଲରେ ପଞ୍ଜିକୃତ ହୋଇ ନ ଥିବା କୌଣସି ସଂସ୍ଥା ନିଜକୁ ପଞ୍ଜୀକରର କରି ପ୍ରତି ଶୁକ୍ରବାର ଦିନ ଗହମ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିପାରିବେ । ମୂଲ୍ୟ ନିୟନ୍ତ୍ରଣ ଏବଂ ଦେଶରେ ଗହମ ଉପଲବ୍ଧତା ସୁନିଶ୍ଚିତ କରିବାପାଇଁ ଖାଦ୍ୟ ବଣ୍ଟନ ବିଭାଗ ଗହମ ମହଜୁଦ ସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖିଛି ।

Get real time updates directly on you device, subscribe now.