fbpx
BSKY SKY
BSKY SKY

ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

BSKY

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ । ପୁନିଆ ସେମି ଫାଇନାଲରେ ଆମେରିକାର ଡେଭିଡ ମୋରିସ ଟେଲରଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଟେଲର ୧୦-୦ରେ ଏକ ପାଖିଆ ଭାବରେ ପୁନିଅଙ୍କୁ ପରାଜିତ କରିଥିଲେ ।

ତେବେ ପରାଜିତ ହୋଇଥିଲେ ହେଁ ପୁନିଆଙ୍କ ନିକଟରେ ପଦକ ହାସଲର ଆଉ ଏକ ସୁଯୋଗ ରହିଛି । ଦୀପକ ପ୍ରଥମ ମ୍ୟାଚରେ ଆଫ୍ରିକାନ ବ୍ରୋଞ୍ଜ ମେଡାଲିଷ୍ଟ ନାଇଜେରିଆର ଏକରିକିମ ଆଗିମୋରଙ୍କୁ ପରାସ୍ତ କରିଥିଲେ । କ୍ୱାର୍ଟରରେ ଚୀନର ଲିନ୍ ଜୁସେନଙ୍କୁ ପରାସ୍ତ କରି ସେମିରେ ପହଞ୍ଚିଥିଲେ ପୁନିଆ ।

Get real time updates directly on you device, subscribe now.