fbpx

ଜୟ ଶ୍ରୀ ରାମ କହୁନଥିବା ଲୋକଙ୍କ ଡିଏନଏ ଉପରେ ମୋର ସନ୍ଦେହ ହେଉଛି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଗୋରଖପୁର: ‘ରାମ ହେଉଛନ୍ତି ଆମର ପୂର୍ବଜ । ଯେଉଁ ମାନେ ଜୟ ଶ୍ରୀ ରାମ କହୁନାହାନ୍ତି ସେମାନଙ୍କ ଡିଏନଏ ଉପରେ ମୋର ସନ୍ଦେହ’ । ଏହିଭଳି କିଛି ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ସାକ୍ଷାତକାରରେ ଯୋଗୀ ଏପରି କିଛି ମନ୍ତବ୍ୟ ଦେଇଛନ୍ତି । ସାକ୍ଷାତକାରରେ ଯୋଗୀ ଜୟ ଶ୍ରୀ ରାମଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, “ମୋତେ ଲାଗୁନି ଯେ ୟୁପି ଓ ଦେଶର କୌଣସି ବ୍ୟକ୍ତିକୁ ଜୟଶ୍ରୀ ରାମ କହିବାରେ ସମସ୍ୟା ହେଉଥିବ । ରାମ ହେଉଛନ୍ତି ଆମର ପୂର୍ବଜ । ଏହାକୁ ନେଇ ଆମେ ଗର୍ବ କରିବା ଦରକାର । ଯେଉଁ ଲୋକମାନେ ଏହାକୁ ମାନୁନାହାନ୍ତି ସେମାନଙ୍କ ଡିଏନଏ ଉପରେ ମୋର ସନ୍ଦେହ ହେଉଛି” ।

ସେ ଆଗକୁ କହିଛନ୍ତି ଯେ, ଉତ୍ତରପ୍ରଦେଶ କିମ୍ବା ଦେଶର କୌଣସି ନାଗରିକ ଏପରି ନଥିବେ ଯେଉଁମାନଙ୍କୁ ଜୟ ଶ୍ରୀ ରାମ କହିବାରେ ସଂକୋଚ ଅନୁଭବ ହେଉଥିବ । ସେ କହିଛନ୍ତି ଯେ, ଦୁନିଆର ସବୁଠାରୁ ଅଧିକ ମୁସଲିମ ଦେଶ ଇଣ୍ଡୋନେସିଆ ମଧ୍ୟ ନିଜର ପୂର୍ବଜ ଭାବେ ରାମଙ୍କୁ ମାନିଥାଏ । ସେଠାକାର ମୁସଲିମ୍ ମାନେ ମଧ୍ୟ ରାମଲୀଳା କରନ୍ତି । ଯଦି ଇଣ୍ଡୋନେସିଆ ଏହା ଉପରେ ଗୌରବ ଅନୁଭବ କରିପାରୁଛି ତାହେଲେ ଆମେ କାହିଁକି ପାରିବାନି ବୋଲି ସେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.