fbpx

ସାଉଥ ଷ୍ଟାରଙ୍କ ପାଇଁ ପାଗଳ ଦୀପିକା: ରଣବୀର ନୁହେଁ ବରଂ ଏହି ଅଭିନେତାଙ୍କ ସହ କରିବାକୁ ଚାହୁଁଛନ୍ତି ସ୍କ୍ରିନ ଶେୟର

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କୁ ନେଇ ନୂଆ ଏକ ତଥ୍ୟ ସାମନାକୁ ଆସିଛି । ସାଉଥ ଇଣ୍ଡଷ୍ଟ୍ରୀର ଅଭିନେତାଙ୍କ ଉପରେ ଫିଦା ହୋଇଯାଇଛନ୍ତି ଦୀପିକା । ରଣବୀରଙ୍କୁ ଛାଡି ତାଙ୍କ ସହ ପ୍ରେମରେ ପଡିଥିବା ସେ ନିଜେ ଖୁଲାସା କରିଛନ୍ତି ।

Deepika Padukone launches audio diary after deleting all posts from Instagram and Twitter | Bollywood - Hindustan Times

ସିନେମା ଜଗତରେ ଏବେ ସାଉଥ ଷ୍ଟାରଙ୍କ ରାଜୁତି ଚାଲିଥିବା ବେଳେ ଦୀପିକା ମଧ୍ୟ ସାଉଥ ହିରୋଙ୍କ ଉପରେ ଫିଦା ହୋଇଛନ୍ତି । ସାଉଥ ଇଣ୍ଡଷ୍ଟ୍ରୀର ଆଗ ଧାଡିର ନାୟକ ଜୁନିୟର ଏନଟିଆରଙ୍କ ସହିତ ଫିଲ୍ମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଦୀପିକା ପାଦୁକୋନ । ନିଜ ଆଗାମୀ ଫିଲ୍ମ” ଗହରାଇୟାଁ’ର ପ୍ରମୋସନ ସମୟରେ ନିଜେ ଦୀପିକା ଏ ନେଇ ସ୍ପଷ୍ଟ କରିଛନ୍ତି । ଏନଟିଆରଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଖୁବ ଆକର୍ଷିତ କରିଛି । ତେଣୁ ଦୀପିକା ତାଙ୍କ ସହ କାମ କରିବା ପାଇଁ ପାଗଳ ବୋଲି ସେ ନିଜେ ମତ ଦେଇଛନ୍ତି । ତେବେ ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମଧ୍ୟ ସେ ଚାହାନ୍ତି ବୋଲି କହିଛନ୍ତି । ପୂର୍ବରୁ ଅଲିଆ ଭଟ୍ଟ ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବା ପାଇଁ ଇଚ୍ଛା ରଖିଥିବା କଥା କହିଥିଲେ ।

Deepika Padukone Says, "I Am Obsessed With Jr NTR At This Point"

Get real time updates directly on you device, subscribe now.