fbpx

୩୦ଟି Predator ଡ୍ରୋନ ପାଇଁ ୨୧ ହଜାର କୋଟି: ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଯାଉଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ୩୦ଟି ପ୍ରିଡାଟର ଡ୍ରୋନ କିଣିବାକୁ ଯୋଜନା କରୁଥିବା ବେଳେ ଏନେଇ ଏକ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭାରତ ୨୧ ହଜାର କୋଟି ଟଙ୍କା ବ୍ୟୟରେ ଏହି ୩୦ଟି ଡ୍ରୋନ କିଣିବାର ସମ୍ଭାବନା ରହିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଏହି ଡ୍ରୋନ କିଣିବାର ନିଷ୍ପତ୍ତି ନେଇଛନ୍ତି ।

ପ୍ରତିରକ୍ଷା ସଚିବଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖକୁ ପଠାଯିବ ।ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡିଫେନ୍ସ ଆକ୍ୱିଜେସନ କାଉନସିଲ ପକ୍ଷରୁ ଏହାକୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ । ଭାରତ ପକ୍ଷରୁ ୧୦ଟି ଲେଖାଏଁ ଡ୍ରୋନ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ପ୍ରଦାନ କରାଯିବ । ପୂର୍ବରୁ ନୌସେନା ନିକଟରେ ଦୁଇଟି ଡ୍ରୋନ ଉପଲବ୍ଧ ରହିଛି । ଜମ୍ମୁ କଶ୍ମୀରରେ ଡ୍ରୋନ ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ଏହି ସତର୍କତା ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Get real time updates directly on you device, subscribe now.