fbpx

‘ଆଫଗାନିସ୍ତାନର ପରିବର୍ତ୍ତିତ ସ୍ଥିତି ଭାରତ ପାଇଁ ଚ୍ୟାଲେଞ୍ଜ, ରଣନୀତି ଉପରେ ପୁନର୍ବାର ବିଚାର କରିବାକୁ ଆମେ ବିବଶ’

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କବଜା ପରଠୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ଯେ, ଏହାକୁ ନେଇ ଭାରତର ରଣନୀତି କଣ ରହିବ ? ଆଫଗାନକୁ ନେଇ ଭାରତର ଆଭିମୁଖ୍ୟ କଣ ରହିବ ? ଏହା ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆଫଗାନିସ୍ତାନର ପରିବର୍ତ୍ତିତ ପରିଦୃଶ୍ୟ ଭାରତ ପାଇଁ ଆହ୍ୱାନଭରା ରହିଛି । ଅଗଷ୍ଟ ୧୫ ତାରିଖରେ ତାଲିବାନ ଦଖଲ ପରେ ଭାରତ ସରକାର ନିଜର ଆଫଗାନ ନୀତି ଉପରେ ପୁନର୍ବାର ବିଚାର କରିବା ପାଇଁ ବିବଶ ।

ରାଜନାଥ ସିଂହ କହିଛନ୍ତି, ଆଫଗାନିସ୍ତାନରେ ବଦଳି ଥିବା ସମୀକରଣ ଆମ ପାଇଁ ଚ୍ୟାଲେଞ୍ଜିଂ ରହିଛି । ଏହି ସ୍ଥିତି ଆମ ଦେଶକୁ ନିଜର ରଣନୀତି ପୁନର୍ବାର ବିଚାର କରିବାକୁ ବାଧ୍ୟ କରିଛି । ଆମେ ଆମର ରଣନୀତି ବଦଳାଇବାକୁ ପଡିବ । କ୍ୱାଡର ଗଠନ ଏହି ରଣନୀତିକୁ ରେଖାଙ୍କିତ କରିବ ବୋଲି ରାଜନାଥ ସିଂହ କହିଛନ୍ତି ।

ରାଜନାଥ ସିଂହ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ଏକୀକୃତ ଯୁଦ୍ଧ ସମୂହର ଗଠନ ଉପରେ ଗମ୍ଭୀରତାର ସହ ବିଚାର କରୁଛି । ଯୁଦ୍ଧ ସମୟରେ ତ୍ୱରିତ ନିର୍ଣ୍ଣୟ ନେବା ଏକ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର । ଏହି ସମୂହ କେବଳ ଶୀଘ୍ର ନିଷ୍ପତ୍ତି ନେବାରେ ସହାୟତା କରିବ ନାହିଁ ବରଂ ଏକୀକୃତ ଲଢୁଆ ୟୁନିଟର ସଂଖ୍ୟାକୁ ମଧ୍ୟ ମଜବୁତ କରିବ ।

ଏହା ପୂର୍ବରୁ ଶନିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଆମେରିକା ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଆଫଗାନିସ୍ତାନରେ ସଦ୍ୟତମ ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣର ଦୁଇ ଦିନ ପରେ ହୋଇଛି । ଏହି ଆକ୍ରମଣରେ ଆମେରିକାର ୧୩ ସୈନିକ ସହିତ ୧୭୦ରୁ ଅଧିକ ଆଫଗାନ ନାଗରିକଙ୍କ ମୃତ୍ୟୁ ଘଟିଛି ।

 

Get real time updates directly on you device, subscribe now.