ରକ୍ଷା ମନ୍ତ୍ରାଳୟ ୪୦୦ ଡ୍ରୋନ କିଣିବାର ଚୁକ୍ତିନାମାକୁ କଲା ବାତିଲ, ଜାଣନ୍ତୁ କାରଣ

ଭାରତ ମନାକଲା ଏହି ୪୦୦ଟି ଡ୍ରୋନ କିଣିବାକୁ..

ନୂଆଦିଲ୍ଲୀ: ରକ୍ଷା ମନ୍ତ୍ରାଳୟ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ୪୦୦ ଡ୍ରୋନ କିଣିବାର ଚୁକ୍ତିକୁ ବାତିଲ କରିଦେଇଛି। ଏହି ଡ୍ରୋନ ତିନୋଟି ଭିନ୍ନ-ଭିନ୍ନ କଣ୍ଟ୍ରାକ୍ଟ ମାଧ୍ୟମରେ କିଣାଯାଇଥାଆନ୍ତା।

ଏହି ଡ୍ରୋନରେ ଲଗାଯାଇଥିବା ଚୀନ ଉପକରଣ, ସାଇବର ସୁରକ୍ଷା ପାଇଁ ବିପଦ ଥିଲା, ଯେଉଁ କାରଣରୁ ଏହି ଚୁକ୍ତିକୁ ବାତିଲ କରାଯାଇଛି।

ଏହି ଚୁକ୍ତିନାମା ୨୩୦ କୋଟି ଟଙ୍କାର ଥିଲା। ଏଥିରେ ୦୦ ମଧ୍ୟମ ଉଚ୍ଚତାର ଡ୍ରୋନ, ୧୦୦ ଭାରୀ ଓଜନର ଡ୍ରୋନ ଏବଂ ୧୦୦ ହାଲୁକା ଓଜନର ଲଜିଷ୍ଟିକ୍ସ ଡ୍ରୋନ ଥିଲା, ଯାହା ସବୁ ଭାରତରେ ତିଆରି ହୋଇଥିଲା।

ହେଲେ ଏଥିରେ ଚୀନ ଉପକରଣ ମଧ୍ୟ ଲାଗିଥିଲା। ଏହାର ବ୍ୟବହାରରେ ସାଇବର ସୁରକ୍ଷା ବ୍ୟହତ ଏବଂ ଭାରତୀୟ ସୈନ୍ୟ ଅଭିଯାନଗୁଡ଼ିକ ପାଇଁ ଏହା ବିପଦ ସୃଷ୍ଟି କରିବାର ଭୟ ରହିଛି।