fbpx

ଚାକିରି ମିଳିବାରେ ବିଳମ୍ବ ହେଉଛି କି ? ମଙ୍ଗଳବାର କରନ୍ତୁ ଏହି ଉପାୟ, ମିଳିବ ବଜରଙ୍ଗବଲିଙ୍କ କୃପା

ଓଡ଼ିଶା ଭାସ୍କର: ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ । ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ । ଭକ୍ତଙ୍କ ସମସ୍ତ ସମସ୍ୟା ଦୂର କରୁଥିବାରୁ ଶ୍ରୀ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ । ଆଜିକାଲି ଅଧିକାଂଶ ବ୍ୟକ୍ତିଙ୍କୁ ଉତ୍ତମ ଚାକିରିଟିଏ ପାଇଁ ଅନେକ ସଂଘର୍ଷ କରୁଥିବାର ଦେଖାଦେଇଛି । ବିଶେଷକରି ଯୋଗ୍ୟତା ଥାଇ ମଧ୍ୟ କିଛି ଲୋକଙ୍କୁ ଚାକିରି ମିଳୁନି । ଏହାର ମୁଖ୍ୟ କାରଣ ହେଉଛି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଏବଂ ଅଧିକାଂଶ କମ୍ପାନୀରେ ରେଫରେନ୍ସ । ଏହା ବ୍ୟତୀତ କିଛି ଗ୍ରହ ଦୋଷ ଥିଲେ ମଧ୍ୟ ଚାକିରି ମିଳିବାରେ ବିଳମ୍ବ ହୋଇଥାଏ । ତେବେ ଚାକିରି ସହ ଜଡ଼ିତ ସମସ୍ୟା ନିବାରଣ ପାଇଁ ମଙ୍ଗଳବାର ଏହି ଉପାୟ ଆପଣାନ୍ତୁ ।

୧. ଚାକିରି କିମ୍ବା ବ୍ୟାପାରରେ ଉନ୍ନତି ଚାହୁଁଥିଲେ ମଙ୍ଗଳବାର କୌଣସି ହନୁମାନ ମନ୍ଦିରରେ ଦୀପ ଜାଳନ୍ତୁ । ଭଗବାନଙ୍କ ସମ୍ମୁଖରେ ବସି ସୁନ୍ଦରକାଣ୍ଡ ପାଠ କରନ୍ତୁ । ଏହି ଉପାୟ ୫ରୁ ୧୧ ମଙ୍ଗଳବାର କରନ୍ତୁ ।

୨. ଆପଣ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଚାହୁଁଥିଲେ ମଙ୍ଗଳବାର ସ୍ନାନ କରିବା ପରେ ଶ୍ରୀ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପରେ ହନୁମାନ ଚାଳିସା ପାଠ କରନ୍ତୁ । ଆପଣଙ୍କୁ ସଫଳତା ମିଳିବା ସହ ମନରୁ ଭୟ ଦୂର ହୋଇଥାଏ ।

୩. ପୂଜା ଘରେ ହନୁମାନଙ୍କ ଉଡ଼ାଣ ମୁଦ୍ରାରେ ଥିବା ଫଟୋ ଲଗାନ୍ତୁ । ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ ।

୪. ପ୍ରତ୍ୟେକ ମଙ୍ଗଳବାର ଶ୍ରୀ ହନୁମାନଙ୍କୁ ଚୋଲା, ପାନ ଏବଂ ସୁପାରୀ ଅର୍ପଣ କରନ୍ତୁ । ଏହି ଉପାୟ ୫ଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ପବିତ୍ର ମନରେ ପ୍ରଭୁ ହନୁମାନଙ୍କ ଆରାଧନା କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

୫. ଯେକୌଣସି କାର୍ଯ୍ୟରେ ସଫଳତା ପାଇଁ ଶ୍ରୀ ହନୁମାନଙ୍କୁ ସିନ୍ଦୁର ଏବଂ ଚମେଲି ତେଲ ସହ ଚୋଲା ଅର୍ପଣ କରନ୍ତୁ । ଏହି ଉପାୟ ୫ଟି ମଙ୍ଗଳବାର କିମ୍ବା ୫ଟି ଶନିବାର କରନ୍ତୁ । ଏହା ବ୍ୟତୀତ ମଙ୍ଗଳବାର ଦିନ ଲାଲ ଚନ୍ଦନ, କେସର, ଗହମ, ଲାଲ ଗୋଲାପ, ସିନ୍ଦୁର, ବୁନ୍ଦି ଲଡ଼ୁ ଦାନ କଲେ ଶ୍ରୀ ହନୁମାନଙ୍କ କୃପା ଲାଭ ହୋଇଥାଏ ।

 

Get real time updates directly on you device, subscribe now.