fbpx

ସ୍ମାର୍ଟଫୋନରୁ ମେସେଜ ଡିଲିଟ କରିବା ଅପରାଧ କି? ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଷୟରେ ଜାଣନ୍ତୁ ସମସ୍ତ ମୋବାଇଲ ୟୁଜର୍ସ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଯେତେବେଳେ କେଉଁଠି ଅପରାଧ ଘଟେ ସର୍ବପ୍ରଥମେ ପ୍ରମାଣ ପାଇଁ ସମସ୍ତଙ୍କର ଫୋନକୁ ଚେକ୍ କରାଯାଏ। ହେଲେ ଅନେକଥର ଫୋନରୁ ମେସେଜ, ଫଟୋ ବା ଭିଡିଓକୁ ଡିଲିଟ କରାଯାଇଥାଏ। ଏପରି ଏକ ମାମଲାରେ ସୁପ୍ରିମକୋର୍ଟ ମୋବାଇଲରୁ ଡିଲିଟେଡ ମେସେଜ ଉପରେ ଏକ ଟିପ୍ପଣୀ ରଖିଛନ୍ତି। ସ୍ମାର୍ଟଫୋନରୁ ମେସେଜ ଏବଂ କଲ୍‌କୁ ଡିଲିଟ କରିବାର ପ୍ରମାଣ ସହ ଚିଟ କରାଯିବା ଭାବରେ ଉପସ୍ଥାପିତ କରାଯାଇଛି। ସୁପ୍ରିମକୋର୍ଟରୁ ଏହି ମାମଲାରେ କୁହାଯାଇଛି ଯେ, ସ୍ମାର୍ଟଫୋନରୁ ମେସେଜକୁ ଡିଲିଟ କରିବା କୌଣସି ଅପରାଧ ନୁହେଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଲୋକେ ପୁରୁଣା ଟେକ୍ନୋଲୋଜୀରୁ ନୂଆ ଟେକ୍ନୋଲୋଜୀକୁ ସିଫ୍ଟ ହେଉଛନ୍ତି। ଏଥିରେ ପୁରୁଣା ଫୋନରେ ଥିବା ଡାଟା ଡିଲିଟ ହୋଇପାରେ। ବିଚାରପତି ବି ଆର ଏବଂ କେବି ବିଶ୍ୱନାଥନଙ୍କ ପୀଠ କହିଛନ୍ତି ଯେ, ମୋବାଇଲକୁ ବେଳେ ବେଳେ ଅପଗ୍ରେଟ କରାଯାଉଛି, ଯେଉଁଥିରେ ପୁରୁଣା ମେସେଜ ଡିଲିଟ ହୋଇପାରେ। ସ୍ମାର୍ଟଫୋନରେ ପ୍ରାଇଭେସୀ କାରଣରୁ ମଧ୍ୟ ମେସେଜ ଏବଂ ଅନ୍ୟ ଡକ୍ୟୁମେଣ୍ଟ ବା ଭିଡିଓଜ, ଫଟୋକୁ ଡିଲିଟ କରାଯାଇଥାଏ।

ଫୋନକୁ ନେଇ କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଯଦି କୌଣସି ମଧ୍ୟ ବ୍ୟକ୍ତ ନିଜ ମୋବାଇଲରୁ କଲ ବା ମେସେଜ କରି କାହାକୁ ଧମକ ଦିଏ ତେବେ ଭାରତୀୟ ଆଇନ ଅନୁଯାୟୀ, ତାଙ୍କ ଉପରେ ଜରିମାନା ଲଗାଯାଇପାରେ। ଏଥିସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ସୋସିଆଲ ମିଡିଆ ବା ମୋବାଇଲ ଫୋନରେ କୌଣସି ରେପ ପୀଡିତାଙ୍କ ନାମ ଏବଂ ଫଟୋକୁ ସେୟାର କରିବା ମଧ୍ୟ ଆଇନ ଅପରାଧ କୁହାଯାଏ। ଏପରି କରିବାରେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.