fbpx

ଦିଲ୍ଲୀରେ କରୋନା: ଘରୋଇ ସ୍କୁଲ୍ ପାଇଁ ଆଡଭାଇଜରି ଜାରି, ସଂକ୍ରମଣ ବାହାରିଲେ ବନ୍ଦ କର ସ୍କୁଲ୍

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ଘରୋଇ ସ୍କୁଲ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିରେ କୁହାଯାଇଛି ଯେ ଯଦି କୌଣସି ସ୍କୁଲରେ କରୋନା ମାମଲା ସାମ୍ନାକୁ ଆସେ, ତେବେ ତୁରନ୍ତ ସ୍କୁଲ୍ କର୍ତ୍ତୁପକ୍ଷ ଶିକ୍ଷା ନିର୍ଦ୍ଦେଶାଳୟ କିମ୍ବା କରୋନା ସମ୍ବୋଧିତ ୱିଙ୍ଗକୁ ଜଣାଇବେ । ପରେ ମାମଲାକୁ ଦୃଷ୍ଟିରେ ରଖି ସ୍କୁଲକୁ କିଛି ସମୟ ପାଇଁ ବନ୍ଦ କରିବାକୁ କୁହାଯାଇଛି ।

ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା କିଛି ଗୁରୁତ୍ୱତ୍ପୁର୍ଣ୍ଣ ସୂଚନା ଗୁଡ଼ିକ ହେଉଛି-
୧.ଛାତ୍ର, ଶିକ୍ଷକ ଏବଂ ସମସ୍ତ ବିଦ୍ୟାଳୟର କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।
୨.ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ।
୩.ସାବୁନ ଏବଂ ସାନିଟାଇଜର ବ୍ୟବହାର କରି ହାତକୁ ପରିସ୍କାର ରଖିବାକୁ କୁହାଯାଇଛି ।
୪.ଲୋକଙ୍କୁ କରୋନା ବିଷୟରେ ସଚେତନ କରିବାକୁ ମଧ୍ୟ କୁହାଯାଇଛି ।

ପୁର୍ବରୁ ଆସିଥିବା ଖବର ମୁତାବକ ଗାଜିଆବାଦ ଏବଂ ନୋଏଡାର କିଛି ଘରୋଇ ସ୍କୁଲରେ ଶିକ୍ଷକଙ୍କ ସମେତ ଛାତ୍ରମାନେ ସଂକ୍ରମିତ ମିଳିଥିଲେ । ଏହି କାରଣରୁ କିଛି ସ୍କୁଲକୁ ବନ୍ଦ କରିବାକୁ ପଡ଼ିଥିଲା । ବର୍ତ୍ତମାନ ପୁଣି ଥରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେତୁ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି । ପ୍ରାୟ ୧୨ ଦିନ ପରେ ସିବିଏସଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ଅଭିଭାବକମାନଙ୍କ ଚିନ୍ତା ଢେର ବବଢିଯାଇଛି ।

ଏନସିଆର ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀର ସ୍କୁଲଗୁଡ଼ିକ ସଜାଗତା ବୃଦ୍ଧି କରିଛନ୍ତି। ଏହି ଦିଗରେ ବିଦ୍ୟାଳୟଗୁଡ଼ିକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ କୋଭିଡ ପ୍ରୋଟୋକଲ ଅନୁସରଣ କରିବା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଥିବାବେଳେ ସ୍ମାରକପତ୍ର ମଧ୍ୟ ପିତାମାତାଙ୍କୁ ପଠାଯାଉଛି ।

 

Get real time updates directly on you device, subscribe now.