fbpx

ସମୟ ପୂର୍ବରୁ ଆଗୁଆ ଶୀତଛୁଟି ଲାଗୁ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ କାରଣରୁ ସମସ୍ତ ସ୍କୁଲକୁ ଛୁଟି କରିଦିଆଯାଇଛି । ଏଠାରେ ୯ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ପ୍ରଦୂଷଣକୁ ଦେଖି ଡିସେମ୍ବରରେ ଲାଗୁ ହେଉଥିବା ଶୀତ ଛୁଟି ସମୟରେ ପରିବର୍ତ୍ତନ କରାଯାଇଛି ।

ଏହା ପୂର୍ବରୁ ଦିଲ୍ଲୀ ସରକାର ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବା ଓ ଅନଲାଇନ୍ କ୍ଲାସ କରାଇବାକୁ ଆଦେଶ ଦେଇଥିଲେ । ଏବେ ସ୍କୁଲରେ କେବଳ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ଚାଲୁଛି । ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ବି ବାୟୁ ପ୍ରଦୂଷଣ ହ୍ରାସ ପାଉ ନ ଥିବାରୁ ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସ୍କୁଲ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ । ୧୯ରେ ରବିବାର ପଡୁଥିବାରୁ ୨୦ ନଭେମ୍ବରରେ ସ୍କୁଲ ଖୋଲିବ ।

ଦିଲ୍ଲୀର ଶିକ୍ଷା ନିର୍ଦ୍ଦେଶକ ହିମାଂଶୁ ଗୁପ୍ତା କହିଛନ୍ତି ଗମଭୀର ଏକ୍ୟୁଆଇ ଓ ଆଇଏମଡିର ଅନୁମାନକୁ ଦେଖି ୨୦୨୩-୨୪ ବର୍ଷରେ ଶୀତଛୁଟି ସମୟ ପୂର୍ବରୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୨ ନଭେମ୍ବରରେ ଦୀପାବଳି ଥିବାରୁ ଏହି ସମୟରେ ଦିଲ୍ଲୀରେ ପ୍ରଦୂଷଣ ଅଧିକ ବଢିଯିବାର ଆଶଙ୍କା ରହିଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ପାଖାପାଖି ରହିଛି । ଏହି ପ୍ରକାର ଜଳବାୟୁ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଉଛି ।

Get real time updates directly on you device, subscribe now.