fbpx

Air Pollution:ମାନିଲେ ନାହିଁ ସଭିଏଁ ଫୁଟେଇଲେ ,ଏବେ ବିଷାକ୍ତ ବାୟୁରେ ପ୍ରଶ୍ୱାସ ଭରିବେ ରାଜଧାନୀ ବାସୀ

ନୂଆଦିଲ୍ଲୀ: ଦିୱାଲୀରେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସମସ୍ତ ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ଦିୱାଲୀ ଆରମ୍ଭରୁ ‘ଅତ୍ୟନ୍ତ ପ୍ରଦୂଷିତ ‘ ବର୍ଗରେ ରହିଆସିଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରକୃତ ତଥ୍ୟ ଅନୁଯାୟୀ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ବାୟୁ ସାଧାରଣ ଅପେକ୍ଷା ୧୦ ଗୁଣ ଅଧିକ ପ୍ରଦୂଷିତ ହୋଇଛି।ରାଜ୍ୟର ହାରାହାରି AQI ‘ଅତ୍ୟନ୍ତ ଖରାପ’ ସ୍ଥିତିରେ ପହଞ୍ଚିଛି। SAFAR India ବାୟୁ ଗୁଣବତ୍ତା ସେବା ଅନୁଯାୟୀ, ୨୪ ଅକ୍ଟୋବର ସନ୍ଧ୍ୟାରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୨୩ ରେକର୍ଡ କରାଯାଇଛି। ଏଥି ସହିତ ନୋଏଡାର ଅବସ୍ଥା ଆହୁରି ଖରାପ ହୋଇଛି। ଏଠାରେ AQI ହେଉଛି ୩୪୨, ଯାହା ଅତ୍ୟନ୍ତ ଗରିବ ବର୍ଗରେ ଆସିଛି ।

ଶୂନରୁ ୫୦ ମଧ୍ୟରେ AQI ଭଲ, ୫୧ ରୁ ୧୦୦ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ‘ମଧ୍ୟମ’, ୨୦୧ ରୁ ୩୦୦ ‘ଖରାପ ‘, ୩୦୧ ରୁ ୪୦୦ ‘ଅତ୍ୟନ୍ତ ଖରାପ ‘ ଏବଂ ୪୦୧ରୁ୫୦୦ ମଧ୍ୟରେ AQI ‘ଗୁରୁତର’ ଭାବରେ ବିବେଚନା କରାଯାଏ । ଏଥି ସହିତ, ସ୍ୱିଜରଲ୍ୟାଣ୍ଡ ସ୍ଥିତ ସଂଗଠନ IQAir ଅନୁଯାୟୀ, ଦିୱାଲୀ ଅବସରରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର “ଅତ୍ୟନ୍ତ ଖରାପ ” ବର୍ଗରେ ପହଞ୍ଚିଛି। ବାରମ୍ଵାର ବରଂ କରିବା ସତ୍ତ୍ୱେ ଯେଉଁ ଆତଶବାଜି କରା ଯାଇଛି ତାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ଏହା ବ୍ୟତୀତ ପାଣିପାଗ ବିଭାଗ କହିଛି ଯେ ପବନର ବେଗ ମନ୍ଥର ହେତୁ ଦିଲ୍ଲୀ-ଏନସିଆରର ବାୟୁ ବିଷାକ୍ତ ହୋଇଯାଉଛି।

ସୂଚନାମୁତାବକ ଦିୱାଲୀରେ ଯଦି କୌଣସି ବ୍ୟକ୍ତି ରାଜଧାନୀରେ ଫାୟାର କ୍ରାକ ଫୁଟାଉ ଥିବାର ଦେଖାଯାଏ, ତେବେ ୨୦୦ ଟଙ୍କା ଜୋରିମାନା ଏବଂ ୬ ମାସ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଥିଲା । ତେବେ ଏହା ପରେ ମଧ୍ୟ ଦିଲ୍ଲୀରେ ଆତସବାଜି ଜାରି ରହିଥିଲା ଏବଂ ପ୍ରଦୂଷଣ ବହୁଗୁଣିତ ହେବା ପରି ମନେ ହେଉଛି।

Get real time updates directly on you device, subscribe now.