fbpx

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: ରିକି ପଣ୍ଟିଂଙ୍କୁ କୋଚ୍ ଦାୟିତ୍ୱରୁ ହଟାଇଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ପାଇଁ ନିଲାମୀ ଆରମ୍ଭ ହେବା ପୂର୍ବରୁ ଦଳ ଏକ ବଡ଼ ନିଷ୍ପତ୍ତି ନେଇଛି । ଖରାପ ପ୍ରଦର୍ଶନ ଯୋଗୁଁ କୋଚ୍ ରିକି ପଣ୍ଟିଂଙ୍କୁ ଦଳରୁ ବାଦ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏ ନେଇ ଏକ ଟ୍ୱିଟ ଜରିଆରେ ବଡ଼ ସୂଚନା ଦେଇଛି ଫ୍ରାଞ୍ଚାଇଜି । ଗତ ୭ ବର୍ଷରୁ ଦଳର କୋଚ୍ ଭାବରେ ରହିଥିବା ରିକି ପଣ୍ଟିଂଙ୍କ ପ୍ରଦର୍ଶନ ଖରାପ ରହୁଥିବାରୁ ତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନିଜ ଏକ୍ସ ଆକାଉଣ୍ଟରେ ରିକିଙ୍କୁ ନେଇ ଏକ ପୋଷ୍ଟରେ ଦଳ ଲେଖିଛି ଯେ, ‘ପ୍ରିୟ ରିକି, ଆପଣ ଏବେ ଆମର ମୁଖ୍ୟ କୋଚ୍ ହୋଇନାହାନ୍ତି । ଏହାକୁ ଶବ୍ଦରେ କହିବା ଖୁବ କଷ୍ଟକର ।’ ତେବେ ରିକି ପଣ୍ଟିଂ ଏହି ଦାୟିତ୍ୱରୁ ହଟିବା ପରେ ଏହି ଦାୟିତ୍ୱ କିଏ ନେବେ, ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ ।

Get real time updates directly on you device, subscribe now.