fbpx

ଟ୍ରାକ୍ଟର ରାଲି ହିଂସାକାଣ୍ଡ ଅଭିଯୁକ୍ତ ଦୀପ୍ ସିିଦ୍ଧୁଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ ୧୭ ।୪ (ଓଡିଶା ଭାସ୍କର) : ଲାଲ୍ କିଲ୍ଲାରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକାଣ୍ଡ ଅଭିଯୁକ୍ତ ଦୀପ୍ ସିିଦ୍ଧୁଙ୍କୁ ମିଳିଛି ଜାମିନ୍ । ଦିଲ୍ଲୀ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁରୀ କରିଛି । ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା ଘଟଣା ପରେ ଦୀପ୍ ସିିଦ୍ଧୁ ଫେରାର୍ ହୋଇଯାଇଥିଲେ । ଏହି ହିଂସାକାଣ୍ଡରେ ଦୀପ୍ ସିିଦ୍ଧୁଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ ଦେଶରେ ପ୍ରସ୍ତାବିତ ହୋଇଥିବା ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ କରିଥିଲେ । ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ବା ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ପାଇଁ ପ୍ରଶାସନ ପକ୍ଷରୂ ଅନୁମିତ ଆଣିବା ପରେ ଲାଲ୍ କିଲ୍ଲା ଠାରେ ଏହି ହିଂସାକାଣ୍ଡ ହୋଇଥିଲା । ଏଥିରେ ଆନ୍ଦୋଳନକାରୀ ଲାଲ୍ କିଲ୍ଲା ମଧ୍ୟରେ ପ୍ରବେଶ କରି ଉଡୁଥିବା ତ୍ରିରଙ୍ଗା ପତାକା ଖୋଲି ସେଥିରେ ଖଲିସ୍ତାନର ପତାକା ଉଡାଇ ଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.