fbpx

ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା

ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା । ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା । ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା । ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ଏହି ସମୟରେ କେବଳ ଅତି ଜରୁରୀ ଆବଶ୍ୟକ ସାମଗ୍ରୀ ଏବଂ ଯୋଗାଣ କାରିଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ବାହାରେ ବୁଲିବା ବାରଣ ହେଇଛି । ଏହି ସମୟରେ ମିଡିଆ , ପେଟ୍ରୋଲ ଏବଂ ମେଡିକାଲ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିଛି । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଜରୁରୀ ସେବା ଯୋଗାଉ ଥିଲେ ଦେବାକୁ ପଡିବ ପ୍ରମାଣପତ୍ର । ଏହାସହ ହେମ ଡେଲିଭରି ସରର୍ଭିସକୁ ମିଳିଛି ଅନୁମତି । ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ପାସ ବ୍ୟବସ୍ଥା କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ।

Get real time updates directly on you device, subscribe now.