fbpx

ଉପମୁଖ୍ୟ ମନ୍ତ୍ରୀ କହିଲେ ‘ଯେଉଁ ରାଜ୍ୟରେ ସ୍କୁଲରେ ମଦ ଫ୍ୟାକ୍ଟ୍ରି ଚାଲୁଛି, ସେଠାରେ ସ୍କୁଲ ନମ୍ବରୱାନ୍’

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ପଞ୍ଜାବର ଏକ ସରକାରୀ ସ୍କୁଲରେ ମଦ ଫ୍ୟାକ୍ଟ୍ରି ଚାଲୁଥିବାର ଖବର ସାମନାକୁ ଆସିଥିଲା । ଏହି ଘଟଣାକୁ ନେଇ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନିଷ ସିସୋଡିଆ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସିସୋଡିଆ କହିଛନ୍ତି ଯେ, ଯେଉଁ ସ୍କୁଲରେ ମଦ ଫ୍ୟାକ୍ଟ୍ରି ଚାଲୁଛି, ସେଇ ସ୍କୁଲ ନମ୍ବରୱାନ୍ । ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ସରକାର ସର୍ବଦା ପ୍ରଶଂସା କରୁଥିଲେ । ମାତ୍ର କେନ୍ଦ୍ର ସରକାର ଏହାକୁ ବେକାର କହିବା ସହ ପଞ୍ଜାବର ଏକ ସ୍କୁଲକୁ ନମ୍ବରୱାନର ଆସନ ଦେଇଥିଲେ । ଏହାକୁ ନେଇ ସିସୋଡିଆ ତାତ୍ସଲ୍ୟ କରିଥିବା ଜଣାପଡ଼ିଛି ।

ସିସୋଡିଆ କହିଛନ୍ତି ଯେ, ପଞ୍ଜାବର ଏକ ସ୍କୁଲରେ ମଦ ଫ୍ୟାକ୍ଟ୍ରି ଚାଲୁଥିଲେ ମଧ୍ୟ ଏଠାକାର ଖସ୍ତାହାଲ ସରକାରୀ ସ୍କୁଲକୁ ଦେଶର ଏକନମ୍ବର ସ୍କୁଲ କୁହାଯାଇଛି । ଯେଉଁ ରାଜ୍ୟରେ ବିଗତ ୨ରୁ ୩ ବର୍ଷ ମଧ୍ୟରେ ୮୦୦ରୁ ଅଧିକ ସ୍କୁଲକୁ ବନ୍ଦ କରିଦିଆଯାଇଛି, ସେହି ରାଜ୍ୟର ସ୍କୁଲ ନମ୍ବରୱାନ ହେବା ଦରକାର । ପଞ୍ଜାବର ସରକାରୀ ସ୍କୁଲରେ ଠିକରେ ପାଠପଢ଼ା ଯାଉନଥିଲେ ମଧ୍ୟ ସେନେଇ କିଛି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସରକାରଙ୍କ ଦୋଷ ଦୁର୍ବଳତାକୁ ପରଦା ଢାଙ୍କୁଥିବା ସିସୋଡିଆ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.