fbpx

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ବ୍ୟାଙ୍କ ଖାତା ଚାଲୁ କରାଇବା ପାଇଁ ଭିଭୋକୁ ଜମା କରିବାକୁ ହେବ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋର ବ୍ୟାଙ୍କ୍ ଖାତା ଫ୍ରିଜ୍ କରିବା ପାଇଁ ଦାୟର ହୋଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଠାରୁ ଜବାବ୍ ମାଗିଛନ୍ତି । ଏହା ସହ ହାଇକୋର୍ଟ ଭିଭୋକୁ ବ୍ୟାଙ୍କ ଖାତା ସଞ୍ଚାଳନ ପାଇଁ ୯୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଭିଭୋ ନିଜ ବ୍ୟାଙ୍କ୍ ଖାତାରେ ୨୫୦ କୋଟି ଟଙ୍କାର ବାଲାନ୍ସ ରଖିବାକୁ ହେବ ।

ପ୍ରକୃତରେ ଇଡି ଭିଭୋ ବିରୋଧରେ ପିଏମଏଲଏ ଅନୂଯାୟୀ ମୋବାଇଲ କମ୍ପାନୀର ବିଭିନ୍ନ ବ୍ୟାଙ୍କରେ ଥିବା ଖାତାଗୁଡ଼ିକୁ ଫ୍ରିଜ୍ କରିଦେଇଥିଲା । ଚୀନୀ କମ୍ପାନୀ ଇଡିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲା ଏବଂ ସବୁ ବ୍ୟାଙ୍କ ଖାତାକୁ ଡିଫ୍ରିଜ୍ କରିବାକୁ ଅନୁରୋଧ କରିଥିଲା ।

ଏହା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠାରୁ ଭିଭୋର ସେହି ଅନୁରୋଧର ଉପରେ ବିଚାର କରିବାକୁ କହିଥିଲେ, ଯେଉଁଥିରେ କମ୍ପାନୀ କିଛି ବ୍ୟାଙ୍କ୍ ଖାତାକୁ ଖୋଲିବା ପାଇଁ ଅନୁମତି ଦେବାକୁ କହିଥିଲା । ଜଷ୍ଟିସ ଯଶବନ୍ତ ବର୍ମା ୮ ଜୁଲାଇରେ ହୋଇଥିବା ପୂର୍ବ ଶୁଣାଣିରେ ଇଡିକୁ କହିଥିଲେ ଯେ ଭିଭୋର ଏହି ଯାଚିକା ଉପରେ ନିଜର ପକ୍ଷ ରଖନ୍ତୁ । ଏହା ସହ ଅଦାଲତ ଏହି ମାମଲାରେ ଆଗାମି ଶୁଣାଣି ୧୩ ଜୁଲାଇ ନିର୍ଦ୍ଧାରିତ କରିଥିଲେ ।

ସେପଟେ ଭିଭୋର ଓକିଲ ଅଦାଲତରେ କହିଥିଲେ ଯେ ବ୍ୟାଙ୍କ୍ ଖାତା ଫ୍ରିଜ୍ କରିବା ଯୋଗୂଁ ଯାଚିକାକର୍ତ୍ତାଙ୍କ କାମ ବନ୍ଦ ହୋଇଯାଇଛି । ଫଳରେ ସେମାନେ କର୍ମଚାରୀଙ୍କୁ ଦରମା ଦେଇପାରୁନାହାଁନ୍ତି ତଥା ବ୍ୟବସାୟିକ କାର୍ଯ୍ୟକଳାପ କରିପାରୁନାହାଁନ୍ତି । ଅନ୍ୟପଟେ ଇଡି ତରଫରୁ କୁହାଯାଇଥିଲା ଯେ ଏହି ଯାଚିକା ସମୟ ପୂର୍ବରୁ କରାଯାଇଛି ଏବଂ ଯାଚିକାକର୍ତ୍ତାଙ୍କୁ ବୈଧାନିକ ପ୍ରକ୍ରିୟାକୁ ପୂରା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଥିଲା । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ଦୁଇଜଣିଆ ଖଣ୍ଡପ ଏହି ଘଟଣାରେ ତୁରନ୍ତ ଶୁଣାଣି ପାଇଁ ସୂଚୀବଦ୍ଧ କରିଥିଲେ ।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫ ଜୁଲାଇରେ ଭିଭୋ ଏବଂ ଅନୁବନ୍ଧିତ କମ୍ପାନୀ ଉପରେ ରେଡ୍ କରିଥିଲା । ପିଏମଏଲଏ ଅନୂଯାୟୀ ଦିଲ୍ଲୀ, ଉତ୍ତରପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ଭିଭୋ ଏବଂ ଏହା ସହ ଅନୁବନ୍ଧିତ କମ୍ପାନୀ ସହ ଜଡ଼ିତ ୪୪ ସ୍ଥାନରେ ରେଡ୍ କରିଥିଲା । ଭିଭୋ ନିଜ ଯାଚିକାରେ ବ୍ୟାଙ୍କ ଖାତା ଉପରେ ରୋକ୍ ଲଗାଯାଇଥିବା ନେଇ ଇଡିର ଆଦେଶକୁ ରଦ୍ଧ କରିବା ପାଇଁ ଅନୁରୋଧ କରିଥିଲା ।

Get real time updates directly on you device, subscribe now.