fbpx

ଶାହାରୁଖଙ୍କ ଫିଲ୍ମ ପଠାନକୁ ନେଇ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, ଓଟିଟିରେ ରିଲିଜ ପୂର୍ବରୁ ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବର୍ତ୍ତମାନ ପଠାନ ଫିଲ୍ମର ଟିକେଟ ଖୁବ ଜୋରରେ ବିକ୍ରି ହେବାକୁ ଲାଗିଛି । ଶାହାରୁଖ ଚାରିବର୍ଷ ହେଲାଣିରେ ବଡ଼ ପରଦାରେ ଆସି ନଥିବାରୁ, ପ୍ରଶଂସକମାନେ ଚାହିଁ ବସିଛନ୍ତି ଶାହାରୁଖଙ୍କ ଫିଲ୍ମ ଦେଖିବାକୁ । ହେଲେ ଏହି ଫିଲ୍ମକୁ ନେଇ ଚାଲିଥିବା ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ଟଳିବାର ନା ନେଉନାହିଁ । ସେଥିପାଇଁ ଏହି ଫିଲ୍ମରେ ନୂତନ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପଠାନ ଫିଲ୍ମ ଓଟିଟି ପ୍ଲାଟ ଫର୍ମରେ ରିଲିଜ ପୂର୍ବରୁ ୟଶରାଜ ଫିଲ୍ମ ନିର୍ମାତା ଏଥିରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟ ୟଶରାଜ ଫିଲ୍ମକୁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ନିୟମ ପଠାନର ଥିଏଟର ରିଲିଜ ପାଇଁ ନୁହେଁ କେବଳ ଓଟିଟି ରିଲିଜ ପାଇଁ ଜାରି ହୋଇଛି । ତେବେ ଦିଲ୍ଲୀ ହାଇକୋର୍ଟ ପ୍ରଡ଼କ୍ସନ ହାଉସକୁ ଫିଲ୍ମରେ କିଛି ଜିନିଷ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଟିଟିରେ ରିଲିଜ ପାଇଁ ହିନ୍ଦି ଭାଷାର ଦେବନଗରୀ ଲିପିରେ ଅଡ଼ିଓ ସଂଯୋଗ ହେବ ଏବଂ କ୍ଲୋଜ କ୍ୟାପସନ ସହ ଟାଇଟଲ ପ୍ରସ୍ତୁତ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । କାରଣ ଏହି ଫିଲ୍ମ ଦୃଷ୍ଟିହୀନ ଲୋକମାନେ ମଧ୍ୟ ଯେପରି ଶୁଣିପାରିବେ ଏବଂ ବୁଝିପାରିବେ । ଏହା ବ୍ୟତୀତ ଫିଲ୍ମ ନିର୍ମାତା ଏହି ପଠାନ ଫିଲ୍ମର ରିସାର୍ଟିଫିକେସନ ପାଇଁ ସିବିଏସସି ଅର୍ଥାତ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ ପାଖରେ ସାର୍ଟିଫିକେଟ୍ ଜମା କରିବାକୁ ପଡ଼ିବ ।

ପଠାନ ସେବେଠାରୁ ଚର୍ଚ୍ଚା ହୋଇଛି ଯେବେଠାରୁ ଏହାର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ଗୀତ ବେସରମ ରଙ୍ଗକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ଏଥିରେ ଦୀପିକା ପାଦୁକୋନ ଏକ ନାରଙ୍ଗି ରଙ୍ଗର ବିକିନୀ ପିନ୍ଧିଥିବାରୁ କିଛି ଲୋକ ଏହାକୁ ନେଇ ବିରୋଧ ସୃଷ୍ଟି କରିଛନ୍ତି । ଏହି ବିରୋଧୀମାନେ ଫିଲ୍ମକୁ ବହିଷ୍କାର କରିବା ପାଇଁ ମଧ୍ୟ କୋର୍ଟରେ ଅପିଲ କରିଛନ୍ତି । ତେବେ ସିବିଏଫସି ଫିଲ୍ମ ନିର୍ମାତାଙ୍କୁ ଫିଲ୍ମର ଦୃଶ୍ୟରେ କିଛି ପରିବର୍ତ୍ତନ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.