fbpx

ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ମାଗଣା ମାନବିକ ସହାୟତା ପ୍ରଦାନ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଦୃଷ୍ଟିବାଧିତଙ୍କୁ ସୁବିଧା ଯୋଗାଇଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦ୍ଦେଶ ଦେଇଛନ୍ତି । ବଡ଼ ବଡ଼ ରେଳ ଷ୍ଟେସନରେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ମାଗଣା ମାନବ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ୱରେ ଏକ ପୀଠ ଦିବ୍ୟାଙ୍ଗଙ୍କ ପାଇଁ ରେଲଯାତ୍ରାକୁ ଅନୁକୂଳ କରିବା ବିଷୟଳ ଉପରେ ଏକ ‘suo moto’ ପିଟିସନ ଉପରେ ଶୁଣାଣି କରିଥିଲେ । ରେଳବାଇ ନିଜେ କିମ୍ବା CSR ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବା ନେଇ ବିଚାର କରିବାକୁ କୋର୍ଟ କହିଛନ୍ତି ।

ଅପରପକ୍ଷରେ ବରିଷ୍ଠ ବିଚାରପତି ଏସ୍.କେ ରୁଙ୍ଗଟାଙ୍କ କହିବାନୁଯାୟୀ ଦେଶରେ ୧୦ ହଜାରରୁ ଉଦେ୍ଧ୍ୱର୍ ରେଳଷ୍ଟେସନ ରହିଛି । ରେଳବାଇ ପକ୍ଷରୁ ଷ୍ଟେସନରେ ହ୍ୱିଲଚେୟାର ପ୍ରଦାନ କରାଯାଇଛି କିନ୍ତୁ ଦୃଷ୍ଟିବାଧିତଙ୍କ ପାଇଁ କୌଣସି ସହାୟକ (ମାଗଣା ଏସକର୍ଟ) ପ୍ରଦାନ କରାଯାଇ ନାହିଁ । ତେବେ ଏହି ପ୍ରସଙ୍ଗ ଉପରେ କୋର୍ଟ ନିଷ୍ପତ୍ତି ନେବାକୁ ରୁଙ୍ଗଟା ଅନୁରୋଧ କରିଛନ୍ତି । ଏନେଇ କୋର୍ଟଙ୍କ ପକ୍ଷରୁ ବିଚାରପତି ଏସ୍.କେ ରୁଙ୍ଗଟାଙ୍କୁ କହିଥିଲେ, ‘ଆପଣ ମହାନଗରରେ ଅଛନ୍ତି । ପ୍ରଥମେ ଦିଲ୍ଲୀ, କୋଲକାତା ଭଳି ବଡ଼ ଷ୍ଟେସନରୁ ଆରମ୍ଭ କରନ୍ତୁ ।’ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦ରେ ହେବ । ଏହା ସହ କୋର୍ଟ ରେଳବାଇକୁ additional affidavit ଦାଖଲ କରିବା ପାଇଁ କହିଛନ୍ତି ।

Get real time updates directly on you device, subscribe now.