fbpx

ଦୁଇ ଦିନ ପାଇଁ ଦିଲ୍ଲୀ ମେଟ୍ରୋ ଚାଳନା ସମୟରେ ହେବ ପରିବର୍ତ୍ତନ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିିଲ୍ଲୀ: ପର୍ବପର୍ବାଣୀ ଏବଂ ଛୁଟିକୁୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଦୁଇ ଦିନ ପାଇଁ ଟ୍ରେନ୍ ଚାଳନା ସମୟରେ ପରିବର୍ତ୍ତନ କରିଛି । ଦିଲ୍ଲୀ ମେଟ୍ରୋର ‘ୟେଲୋ ଲାଇନ୍‌’ ୪ର୍ଥ ପର୍ଯ୍ୟାୟର ଜନକପୁରୀ ପଶ୍ଚିମରୁ ଆର. କେ ଆଶ୍ରମ କରିଡରରେ ୪୯୦ ମିଟର ବିଭାଗରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରବିବାର ଏବଂ ସୋମବାର ପ୍ରଥମ ଏବଂ ଅନ୍ତିମ ଟ୍ରେନ୍ ସମୟରେ କିଛି ପରିବର୍ତ୍ତନ କରାଯାଇଥିବା ଅଧିକାରିକ ସୂଚନାରୁ ପ୍ରକାଶ ।

ଦିଲ୍ଲୀ ମୋଟ୍ରୋ ରେଳ କର୍ପୋରେସନ(DMRC) ର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ(କର୍ପରେଟ ସଂଚାର) ଅନୁଜ ଦୟାଲଙ୍କ କହିବାନୁଯାୟୀ ରବିବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର, ଗୁରୁଗ୍ରାମ ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୧୦ଟା ୪୫ରେ ପ୍ରସ୍ଥାନ କରିବ ଏବଂ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମରୁ ସମୟପୁର ବାଦଲି ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୯ଟା ୩୦ରେ ପ୍ରସ୍ଥାନ କରିବ । ସେହିପରି ସୋମବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମ ପାଇଁ ପ୍ରଥମ ଟ୍ରେନ୍ ସେବା ସକାଳ ୬ଟା ପରିବର୍ତ୍ତେ ସକାଳ ୭ଟାରୁ ଆରମ୍ଭ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୟପୁର ବାଦଲି ଏବଂ ଜହାଙ୍ଗିରପୁରୀର ଛୋଟ ବିଭାଗ ମଧ୍ୟରେ ରବିବାର ରାତି ୧୧ଟା ପରେ ଏବଂ ସୋମବାର ସକାଳ ୭ଟା ପୂର୍ବରୁ କୌଣସି ଟ୍ରେନ୍ ସେବା ଉପଲବ୍ଧ ହେବ ନାହିଁ । ଏହି ଅବଧି ମଧ୍ୟରେ ଜହାଙ୍ଗିରପୁରୀରୁ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମ ପର୍ଯ୍ୟନ୍ତ ‘ୟେଲୋ ଲାଇନ୍‌’ର ଶେଷ ପ୍ରମୁଖ ବିଭାଗରେ ସାଧାରଣ ଟ୍ରେନ୍ ସେବା ଉପଲବ୍ଧ ରହିବ । ରବିବାର ଛୁଟି ଏବଂ ସୋମବାର ବକରୀଦ ପାଇଁ ଛୁଟି ଥିବାରୁ ଲୋକଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ୟେଲୋ ଲାଇନରେ ଥିବା ଷ୍ଟେସନ ଏବଂ ଟ୍ରେନ୍ ଭିତରେ ଗନ୍ତବ୍ୟ ସ୍ଥଳକୁ ନେଇ ଘୋଷଣା କରାଯିବ ।

Get real time updates directly on you device, subscribe now.