fbpx

ରାଷ୍ଟ୍ରପତି ଭବନ: ବଦଳିଲା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାଁ, ଏଣିକି ‘ଅମୃତ ଉଦ୍ୟାନ’ ନାମରେ …

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସ୍ଥିତ ପ୍ରସିଦ୍ଧ ମୋଗଲ ଗାର୍ଡେନର ନାଁ’କୁ ବଦଳାଯାଇଛି । ଆଜିଠାରୁ ମୋଗଲ ଗାର୍ଡେନର ନାଁ ହୋଇଛି ‘ଅମୃତ ଉଦ୍ୟାନ’ । ନାମ ପରିବର୍ତ୍ତନ ନେଇ ପ୍ରେସମିଟରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଉଦ୍ୟାନରେ ଅନେକ ପ୍ରକାରର ଫୁଲ ଗଛ ରହିଛି । ଏହାର ସୂଚନା ଦେଇ ରାଷ୍ଟ୍ରପତିଙ୍କ ଉପ ପ୍ରେସ ସଚିବ ନବିକା ଗୁପ୍ତା କହିଛନ୍ତି ଯେ, ସ୍ୱାଧୀନତାର ୭୫ତମ ବର୍ଷ ପୂରଣ ହେବା ଅବସରରେ ‘ସ୍ୱାଧୀନର ଅମୃତ ଉତ୍ସବ’ ଅଧିନରେ ଭାରତର ରାଷ୍ଟ୍ରପତି ହିଁ ରାଷ୍ଟ୍ରପତି ଭବନର ଉଦ୍ୟାନକୁ ‘ଅମୃତ ଉଦ୍ୟାନ’ ଭାବରେ ଏକ ସାମାନ୍ୟ ନାମ ଦେଇଛନ୍ତି ।

ସୂଚନା ଅନୁସାରେ, ମୋଗଲ ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ବସନ୍ତୠତୁରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା ।

Get real time updates directly on you device, subscribe now.