fbpx

ଦିଲ୍ଲୀରେ ହେବାକୁ ଯାଉଛି ଏକ ଧମାକା, ବମ୍ ବିସ୍ଫୋରଣରେ ଉଡାଇ ଦିଆଯିବ ୧୨ ଟାୱାର ଓ ୩୩୬ ଫ୍ଲାଟ୍‌

Advertisement

ନୂଆଦିଲ୍ଲୀ: ଗତ ବର୍ଷ ନୋଏଡାରେ ଟ୍ୱିନ ଟାୱାର ଧ୍ୱଂସ କରି ଦିଆଯାଇଥିଲା । ଏବେ ସେହିପରି ଏକ ଧମାକା ପୁଣି ଦିଲ୍ଲୀରେ ହେବାକୁ ଯାଉଛି । ଦିଲ୍ଲୀ ମୁଖାର୍ଜୀ ନଗରରେ ଅସୁରକ୍ଷିତ ଅବସ୍ଥାରେ ଥିବା ୧୨ ଗୋଟି ଟାୱାରକୁ ବମ୍‌ରେ ଉଡାଇ ଦିଆଯିବ । ଗତ ବର୍ଷ ନୋଏଡାରେ ଯେପରି ଭାବରେ ଟ୍ୱିନ୍ ଟାୱାରକୁ ବମ୍‌ରେ ଉଡାଇ ଦିଆଯାଇଥିଲା ତାହା ଆପଣମାନଙ୍କର ମନେ ଥିବ ନିଶ୍ଚୟ । ୩୨ ମହଲା ବିଶିଷ୍ଟ ଏହି ଟାୱାରକୁ ବାରୁଦ ବିସ୍ଫୋରଣରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ମାଟିରେ ମିଶାଇ ଦିଆଯାଇଥିଲା ।

ଏପରି ଏକ ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିବ । ଏବେ ଦିଲ୍ଲୀରେ ଅସୁରକ୍ଷିତ ବୋଲି କୁହାଯାଉଥିବା ୧୨ ଟାୱାର୍ସକୁ ଉଡାଇ ଦିଆଯିବ । ମୁଖାର୍ଜୀ ନଗରରେ ଥିବା ସିଗନେଚର ଭ୍ୟୁ ଟାୱାର୍ସକୁ ଧ୍ୱଂସ କରିଦେବା ଲାଗି ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି(ଡିଡିଏ) ନୋଏଡାର ଟ୍ୱିନ ଟାୱାର ଫର୍ମୂଲାକୁ ଆପଣାଇବାକୁ ଯାଉଛନ୍ତି । ଡିଡିଏ ଅଧିକାରୀ କହିଛନ୍ତି ମୁଖାର୍ଜୀ ନଗରରେ ଅସୁରକ୍ଷିତ ଅବସ୍ଥାରେ ରହିଥିବା ରହିଥିବା ଟାୱାରକୁ ସୁରକ୍ଷିତ ଭାବରେ ଧ୍ୱଂସ କରିବାର ଏକମାତ୍ର ଉପାୟ ନିୟନ୍ତ୍ରିତ ଭାବରେ ବିସ୍ଫୋରଣ ।

ତେବେ ଅଧିକାରୀ କହିଛନ୍ତି ଏହି ନିଷ୍ପତ୍ତି ଉପରେ ଶେଷ ମୋହର ବିଶେଷଜ୍ଞଙ୍କ ସହିତ ଅରାଲୋଚନା ପରେ ଲଗାଯିବ । ବିଶେଷଜ୍ଞ କହିଛନ୍ତି, ଘଟଣାସ୍ଥଳକୁ ଯାଇ ନୀରିକ୍ଷଣ ଓ ସଂପୂର୍ଣ୍ଣ ସର୍ଭେ ପରେ ଏହା ସ୍ଥିର କରାଯିବ କେଉଁ ଉପାୟରେ ଟାୱାରକୁ ନଷ୍ଟ କରାଯିବ ।

୨୦୧୦ରେ ସିଗନେଚର ଭ୍ୟୁ ଆପାର୍ଟମେଣ୍ଟକୁ ନିର୍ମାଣ କରିଥିବା ଡିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆପାର୍ଟମେଣ୍ଟକୁ ଠିକ୍ ସମୟରେ ଓ କୁଶଳତାପୂର୍ବକ ଧ୍ୱଂସ କରିବାର ଏକମାତ୍ର ଉପାୟ ବିସ୍ଫୋରଣ ହିଁ ଅଟେ । ତେବେ ଏହି ଟାୱାର୍ସରେ ରହୁଥିବା ଲୋକଙ୍କୁ ଏହା ପୂର୍ବରୁ ଟାୱାର ଖାଲି କରିବାକୁ ହେବ । ଡିଡିଏ ଏହି ଟାୱାର୍ସକୁ ନଷ୍ଟ କରିଦେବା ପରେ ପୁଣି ସେହି ସ୍ଥାନରେ ନିର୍ମାଣ କାମ ଆରମ୍ଭ କରିବ ଓ ୩ ବର୍ଷ ମଧ୍ୟରେ ନିର୍ମାଣ କାମ ସଂପନ୍ନ କରି ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ପୁନଶ୍ଚ ଆଣି ଥଇଥାନ କରିବ । ସେହି ସମୟ ପର୍ଯ୍ୟନ୍ତ ଫ୍ଲାଟ ମାଲିକ ଭଡା ଘରେ ରହିବେ ଓ ତାଙ୍କୁ ଡିଡିଏ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ କରାଯିବ । ୨ ମାସ ଭିତରେ ଏହି ଟାୱାର୍ସକୁ ଖାଲି କରି ଦିଆଯିବ ।

Get real time updates directly on you device, subscribe now.