ଭୁବନେଶ୍ୱର: ୧୦ ମିନିଟରେ ଡିଲିଭରି, ଚିନ୍ତାରେ ପରିବହନ ବିଭାଗ। ଅନଲାଇନ୍ ଡିଲିଭର୍ ସଂସ୍ଥାକୁ ନେଇ ଚିନ୍ତା। ବିଜ୍ଞାପନରେ ଅର୍ଡରର ୧୦ରୁ ୧୫ ମିନିଟରେ ପହଞ୍ଚାଇବାକୁ ଦାବି ପରେ ବଢିଲା ଟେନସନ।
ଏତେ କମ୍ ସମୟରେ କେମିତି ପହଞ୍ଚିବେ ଡେଲିଭରି ବୟ? କାରଣ ସହରରେ ଟ୍ରାଫିକ୍ କିପରି ଜାମ୍ ରହେ ସେକଥା ତ ସମସ୍ତେ ଜାଣିଛନ୍ତି। ତେଣୁ ଯଦି ଜଣେ ଡେଲିଭରି ଦେବାକୁ ଯିବା ବେଳେ ଟ୍ରାଫିକରେ ଫସିଯାଏ, ତାହାଲେ କିପରି ୧୦-୧୫ ମିନିଟ୍ ଭିତରେ ଡେଲିଭର୍ କରିବ।
ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ତେଣୁ ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏଥିପାଇଁ ଶ୍ରମ ବିଭାଗକୁ ଚିଠି ଲେଖିଲା ପରିବହନ ବିଭାଗ। ଡେଲିଭରି ବୟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଓ ସଚେତନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।