fbpx

ଡେଲଟା ପ୍ଲସ୍ ଭାରିଆଣ୍ଟ ଆଣିବ ଭାରତରେ ତୃତୀୟ ଲହର? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଥିବା ବେେଳେ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଇତି ମଧ୍ୟରେ ଆଉ ଏକ ଆଶଙ୍କା ଉଙ୍କି ମାରୁଛି ଯେ, ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଶରେ କରୋନାର ତୃତୀୟ ଲହର ଆଣିବ କି । ତେବେ ଏ ନେଇ ବରିଷ୍ଠ ବିଶେଷଜ୍ଞମାନେ କିଛି ଅଲଗା ଅନୁମାନ କରିଛନ୍ତି । ସେମାନେ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ କରାଯାଉଥିବା ଏହି ଆଶଙ୍କାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତର ଟପ୍ ଡାକ୍ତର ମାନଙ୍କ ମଧ୍ୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲ୍ କହିଛନ୍ତି ଯେ, ତୃତୀୟ ଲହର ଆସିବାର କୌଣସି ପ୍ରମାଣ ନାହିଁ । ସେହିପରି ଡେଲଟା ପ୍ଲସ୍ ସହିତ ତୃତୀୟ ଲହରର କୌଣସି ସମ୍ବନ୍ଧ ନାହିଁ ।

ଡ. ଅନୁରାଗ ଅଗ୍ରୱାଲ୍ କରୋନାର ଦ୍ୱିତୀୟ ଲହରକୁ ହାଲୁକା ଭାବରେ ନ ନେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ । ତେଣୁ ସେଥିପ୍ରତି ସଜାଗ ରହିବା ନିହାତି ଭାବରେ ଆବଶ୍ୟକ । ତେବେ ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟରା ୪୦ ପ୍ରତିଶତ ମାମଲା ସାମନାକୁ ଆସିଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨୧ଟି ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ମଧ୍ୟପ୍ରଦେଶ, କେରଳ, ପଞ୍ଜାବ, ଜମ୍ମୁ ଏବଂ ତାମିଲନାଡୁ ଭଳି ରାଜ୍ୟ ରହିଛନ୍ତି ।

ତେଣୁ ଏହାକୁ ନଜରରେ ରଖି କେନ୍ଦ୍ର ପକ୍ଷରୁ ଏହି ସବୁ ରାଜ୍ୟରେ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ରାଜ୍ୟରେ ଟିକାକରଣକୁ ବଢ଼ାଇବା ସହିତ ପରୀକ୍ଷଣ, ଟେଷ୍ଟିଂ, ଟ୍ରେସିଂ ଆଦିକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡେଲଟା ଯେପରି ଖୁବ୍ ଶୀଘ୍ର ୮୦ଟି ଦେଶରେ ବ୍ୟାପିାଯାଇଥିଲା ଠିକ୍ ସେହି ପରି ଡେଲଟା ପ୍ଲସ୍ ଭାରିଆଣ୍ଟ ମଧ୍ୟ ଖୁବ୍ ଜୋରରେ ବ୍ୟାପୁଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.