50 ଟଙ୍କିଆ କଏନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

ଆସୁଛି କି 50 ଟଙ୍କିଆ କଏନ ? ଦିଲ୍ଲୀ ହାଇ କୋର୍ଟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ:  ଆସୁଛି କି 50 ଟଙ୍କିଆ କଏନ ? ଦିଲ୍ଲୀ ହାଇ କୋର୍ଟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ବହୁତ ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ବଜାରରେ ୫୦ ଟଙ୍କିଆ ନୂଆ କଏନ୍ ଆସିବାକୁ ଯାଉଛି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଘୋଷଣା ହୋଇଛି ।

୫୦ ଟଙ୍କିଆ କଏନକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ ବର୍ତ୍ତମାନ ବଜାରରେ ୫୦ ଟଙ୍କା କଏନ୍ ଆଣିବାର କୌଣସି ଯୋଜନା ନାହିଁ ।

୨୦୨୨ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ସାଧାରଣ ଜନତା ୧୦ ଏବଂ ୨୦ ଟଙ୍କିଆ ମୁଦ୍ରା ଅପେକ୍ଷା ନୋଟକୁ ଅଧିକ ପସନ୍ଦ କରୁଛନ୍ତି ।

ପ୍ରକୃତରେ ଏହି ଘଟଣା ଦିଲ୍ଲୀ ହାଇକୋର୍ଟରେ ଏକ ଜନଶୁଣାଣି ଆବେଦନର ଶୁଣାଣି ସମୟରେ ସାମ୍ନାକୁ ଆସିଥିଲା ।  ଯାହା ରୋହିତ ନାମକ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିଲା। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଏବଂ ତା’ଠାରୁ କମ୍ ମୂଲ୍ୟର ନୋଟ୍ ଏବଂ ମୁଦ୍ରାକୁ ପ୍ରଚଳନ ବା ଜାରି କରିବା ପାଇଁ ଦାବି କରାଯାଇଥିଲା। ବର୍ତ୍ତମାନ ବଜାରରେ ୧, ୨, ୫, ୧୦ ଏବଂ ୨୦ ଟଙ୍କାର କଏନ୍ ବ୍ୟବହୃତ ହେଉଛି, କିନ୍ତୁ ୫୦ ଟଙ୍କା କଏନ୍ ନାହିଁ।

ସର୍ଭେରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଲୋକମାନେ ମୁଦ୍ରାର ଭାରୀ ଓଜନ ଏବଂ ବଡ଼ ଆକାର ଦ୍ୱାରା କଷ୍ଟ ପାଉଛନ୍ତି। ଏହି କାରଣରୁ, ସରକାର ବର୍ତ୍ତମାନ ୫୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇନାହାଁନ୍ତି।

ପିଟିସନରେ କୁହାଯାଇଛି ଯେ ଅଧିକାଂଶ ନୋଟ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଦୃଷ୍ଟିହୀନ ଲୋକମାନେ ସେଗୁଡ଼ିକୁ ଚିହ୍ନିପାରିବେ । କିନ୍ତୁ ୫୦ ଟଙ୍କିଆ ନୋଟରେ ଏପରି କୌଣସି ବୈଶିଷ୍ଟ୍ୟ ନାହିଁ। ଏହି କାରଣରୁ, ଆବେଦନକାରୀମାନେ ୫୦ ଟଙ୍କାର ମୁଦ୍ରା ପ୍ରଚଳନ କରିବାକୁ ଦାବି କରିଥିଲେ ଯାହା ଦ୍ୱାରା ଅନ୍ଧ ଲୋକମାନେ ମଧ୍ୟ ଏହାକୁ ସହଜରେ ଚିହ୍ନିପାରିବେ।

ସରକାର କୋର୍ଟକୁ ଏହା ମଧ୍ୟ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ MANI ନାମକ ଏକ ମୋବାଇଲ୍ ଆପ୍ ତିଆରି କରିଛି, ଯାହା ସାହାଯ୍ୟରେ ଦୃଷ୍ଟିହୀନ ଲୋକମାନେ ନୋଟର ମୂଲ୍ୟ ଚିହ୍ନିପାରିବେ।