fbpx

ରାଜଧାନୀ ବାସିଙ୍କୁ କଲବଲ କରୁଛି ଡେଙ୍ଗୁ : ପୁଣି ୮୬ଜଣ ଆକ୍ରାନ୍ତ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ । ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର ହୋଇଗଲାଣି । ଗତମାସରେ ଡେଙ୍ଗୁ ରୋଗରେ ୧୮ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୨୧ ତାରିଖ ସୁଧା ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହରେ ପହଞ୍ଚି ଯାଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର କେବଳ ସହିଦ ନଗରରେ ହିଁ ୨୫୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ନୂଆପଲ୍ଲୀ ୟୁପିଏଚସିରୁ ଏବଂ ପଟିଆରୁ ମୋଟ ୫୨୬ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୮୬ଜଣଙ୍କର ପଜିଟିଭ ରେକଲ୍ଟ ଆସିଛି । ରାଜଧାନୀରେ ଡେଙ୍ଗୁର ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ସେପ୍ଟେମ୍ବର ୧୮ରେ ୧୪୮ଟି ରୋଗୀ ଚିହ୍ନଟ ହୋଇଥିଲେ । କୁହାଯାଉଛି ଯେ, ଏହି ପରିସ୍ଥିତି ଆଉ ବିଏମସି ଦ୍ୱାରା କାବୁ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.